No Result
View All Result
୦୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସରସ୍ୱତୀ ବିଦ୍ୟାମନ୍ଦିରର ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ‘ଗ୍ରାମଦର୍ଶନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୯ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ଓ ପାଟପୁର ଗ୍ରାମ ପରିଭ୍ରମଣ କରିଥିଲେ । ଗାଁର ଚାଲିଚଳଣି, ପରମ୍ପରା, କୌଳିକ ବୃତ୍ତି, ଗାଁ ପରିବେଶ ଯଥା ଭାଗବତ ଟୁଙ୍ଗୀ , ମଠ, ମନ୍ଦିର, ତୋଟା, ପୋଖରୀ ଓ ଶସ୍ୟକ୍ଷେତ୍ର ଇତ୍ୟାଦି ପରିଦର୍ଶନ କରି ଛାତ୍ରଛାତ୍ରୀମାନେ ପ୍ରତେକ୍ଷ ଜ୍ଞାନ ଲାଭ କରିଥିଲେ । ଗୋପାଳପୁର ଭାଗବତ ଘର ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ରଥ, ଗୁଣନିଧି ମହାନ୍ତି ଓ ଶିକ୍ଷାବିତ୍ , ଶରତ କୁମାର ମହାପାତ୍ର ଯୋଗଦେଇ ଗ୍ରାମ୍ୟ ଜୀବନର ମହାନ୍ ପରମ୍ପରା , ଚଳଣି, ଭାଇଚାରା ସଂପର୍କ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସଂପାଦକ ତାପସ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result