No Result
View All Result
୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ୩୫ତମ କୋଣାର୍କ ଉତ୍ସବ ଅବସରରେ କୋଣାର୍କ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ସାମ୍ବାଦିକ ସଂଘର ସଭାପତି ଜ୍ୟୋତି ରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମରେ ଅତିଥି ଭାବରେ ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ,
ଅଗ୍ନିଶମ ବିଭାଗ ର ତପନ କୁମାର ମହାନ୍ତି ,ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ରନାଥ ବାହୀନପତି, ଦିପ୍ସା ବାରିକ,ପ୍ରେସ କ୍ଲବର ଉପଦେଷ୍ଟା ସଞ୍ଜୟ ପତି, ସମ୍ପାଦକ ବିଚିତ୍ର ଓଝା ପ୍ରମୁଖ ଯୋଗଦେଇ ବେଳାଭୂମି ପଦଯାତ୍ରାରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସ୍ବଚ୍ଛ କୋଣାର୍କ ସବୁଜ କୋଣାର୍କ,
ସ୍ବଚ୍ଛ ବେଳାଭୂମି ସୁରକ୍ଷିତ ପର୍ଯ୍ୟଟନର ବାର୍ତ୍ତା ନେଇ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ସଫେଇ କାର୍ଯ୍ୟକ୍ରମ ସହ ବେଳାଭୂମି କୂଳରେ ସ୍ବଚ୍ଛତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ସାମ୍ବାଦିକ ସଂଘର ସଂପାଦକ ମନୋରଞ୍ଜନ ପଣ୍ଡା,ଉପଦେଷ୍ଟା ମାନସ ରଞ୍ଜନ ପାତ୍ର,ଗଣେଶ ଚନ୍ଦ୍ର ବେହେରା ,ସ୍ବାଧୀନ ନାୟକ, ପ୍ରଦୀପ କୁମାର ଛାଟୋଇ, ରିତରାଣୀ ସେଠ,ବିଭୁପ୍ରସାଦ ବେଉରା ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
No Result
View All Result