No Result
View All Result
୦୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶହୀଦ ଜୟୀ ରାଜଗୁରୁ ଙ୍କ ତ୍ୟାଗ, ବଳିଦାନ, ଶୌର୍ଯ୍ୟ, ସ୍ବାଭିମାନ ଓ ଆଦର୍ଶ ଚୀର ଅମର।ଏହା ପିଢ଼ି ପରେ ପିଢ଼ି ଆମ ଜନ ଜୀବନ କୁ ପ୍ରଭାବିତ କରି ଚାଲିଥିବ ବୋଲି କହିଛନ୍ତି ବକ୍ତା ମାନେ । ଆଜି ପୂର୍ବାହ୍ନରେ ପୁରୀ ସ୍ବର୍ଗଦ୍ବାର ନିକଟସ୍ଥ ଶ୍ରୀ ଅରବିନ୍ଦ ଧାମ ଏକାଡେମୀ ଅଫ ଇଣ୍ଟିଗ୍ରାଲ ଏଡୁକେସନ ପରିସରରେ ଶହୀଦ ଜୟୀ ରାଜଗୁରୁ ଙ୍କ ୨୧୯ ତମ ମହାପ୍ରୟାଣ ଦିବସ ପାଳିତ ହୋଇଥିଲା।
ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ, ସର୍ବୋଦୟ ମେଳା କମିଟି ଓ ଏକାଡେମୀ ଅଫ ଇଣ୍ଟିଗ୍ରାଲ ଏଡୁକେସନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସର୍ବୋଦୟ ମେଳା କମିଟିର ସଭାପତି ଉମାବଲ୍ଲଭ ମହାପାତ୍ର ଯୋଗ ଦେଇ ପୂଜ୍ୟ ପୂଜାର ସମ୍ମାନ ଆମ ସଂସ୍କୃତି ଓ ପରମ୍ପରାରର ମୂଳ ମନ୍ତ୍ର । ଦେଶରକ୍ଷା ଓ ବୀରତ୍ବ ରେ ଶହୀଦ ଜୟୀ ରାଜଗୁରୁ ଙ୍କ ଅବଦାନ ସର୍ବଦା ଉଦାହରଣ ହୋଇ ରହିଥିବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପ୍ରାଧ୍ୟାପକ ସଙ୍ଗୀତା ମିଶ୍ର, ଏକାଡେମୀ ଅଫ ଇଣ୍ଟିଗ୍ରାଲ ଏଡୁକେସନର ସମ୍ପାଦକ ଡଃ ବିପିନାନନ୍ଦ ମିଶ୍ର,ଇଂ ଗିରିଜା ପ୍ରସାଦ ପାଢ଼ୀ,ଶିକ୍ଷାବିତ ଡଃ ବଳରାମ ଦାଶ,ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପତ୍ରକାର ବିଷ୍ଣୁ ଦତ୍ତ ଦାସ ପ୍ରମୁଖ ଯୋଗ ଦେଇ ଜୟୀ ରାଜଗୁରୁଙ୍କ ଜୀବନୀ, କାର୍ଯ୍ୟାବଳୀ,ଦେଶପ୍ରେମ,
ବୀରତ୍ବ ଓ ସ୍ବାଭିମାନ ସମ୍ପର୍କରେ ଆଲୋକପାତ କରିଥିଲେ । ଡଃ ଜନ୍ମେଜୟ ଦ୍ବିବେଦୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସର୍ବୋଦୟ ସମିତିର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଅତିଥି ପରିଚୟ ଓ ଜୟୀ ରାଜଗୁରୁ ଙ୍କ ଜୀବନୀ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରତିମା ଅପା କବିତା ପଠନ କରିଥିବା ବେଳେ ସ୍ନିଗ୍ଧା ଅପା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମାତୃ ସଙ୍ଗୀତ ପରିବେଷଣ ଓ ନୀରବ ଧ୍ୟାନ କରାଯାଇଥିଲା ।
No Result
View All Result