ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ହିଞ୍ଜିଳିକାଟୁ :– କରୋନା ମହାମାରୀ ଅଦୃଶ୍ୟ ଭୁତାଣୁର ସଂକ୍ରମଣ ଯୋଗୁଁ ସରକାର ବିଭିନ୍ନ କ୍ଷେତ୍ରରେ ନାନା କଟକଣା ଜାରି କରିଛନ୍ତି । ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ସକାଶେ ବହୁ କଟକଣା ଲାଗୁ କରିବା ସହ କରୋନା ହାରିବ – ଓଙ୍ଗ଼ିଶା ଜିତିବ ଲକ୍ଷ୍ୟକୁ ନେଇ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ପ୍ରଂଶସନୀୟ । ଚଳିତ ବର୍ଷ ମହାମାରୀ କରୋନଳା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜାତୀୟ ଦିବସ, ଧାର୍ମୀକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା କ୍ଷେତ୍ରରେ ସମୟ ଓ ପରିସ୍ଥିତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରତିଟି କ୍ଷେତ୍ରରେ କରୋନା ନିୟମ ଅନୁପାଳନ କରିବା ଦିଗରେ ଗୁରୁତ୍ୱ ପ୍ରକାଶ କରି ଆସିଛନ୍ତି ରାଜ୍ୟ ସରକାର । ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡୱାସରେ ହାତକୁ ଧୋଇବା, ମୁହଁ ଓ ନାକକୁ ବାରମ୍ବାର ସ୍ପର୍ଶ ନକରିବା, ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି ବହୁ କୋଭିଡ଼ କଟକଣା ଜାରି କରାଯାଇଛି । ଏଭଳି ସ୍ଥିତିରେ ସର୍ବସାଧାରଣ ସ୍ଥାନରେ ଭିଡ଼ ଜମିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ।
ଶନିବାର ଅଗ୍ରପୂଜ୍ୟ ବିନାୟକଙ୍କ ପୂଜାତ୍ସୋବ ପାଳନ କରାଯିବାକୁ ଥିବା ବେଳେ ଏଥିରେ ରୋକ୍ ଲଗାଯାଇଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନ ଏବଂ ଯୁବଗୋଷ୍ଠୀ ପକ୍ଷରୁ ଗଣେଷଙ୍କ ପୂଜାତ୍ସୋବ ପାଳନ ନକରିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଗଞ୍ଜାମ ଜିଲ୍ଲା ସମେତ ସ୍ଥାନୀୟ ଅଂଚଳରେ କରୋନା କ୍ରମ ବଦ୍ଧିଷ୍ଣୁ ହାରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା -୬୫୦୯/ତା -୧୭.୦୮.୨୦ ପ୍ରକାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଣେଷଙ୍କ ପୂଜାତ୍ସୋବ ପାଳନ ନକରିବା ସକାଶେ ଅନୁରୋଧ କରାଯାଇଛି । କରୋନା ନିମ୍ରକୁ ମାନି ଚଳିବା ପାଇଁ ସ୍ଥାନୀୟ ବିଡ଼ିଓ ପ୍ରସନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ସ୍ଥାନୀୟ ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି । ( ରିପୋର୍ଟ- ଶେଷଦେବ ସାହୁ )