ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ହିଞ୍ଜିଳିକାଟୁ :– ଭତା ଟଙ୍କା ପାଇବା ପାଇଁ ବୃଦ୍ଧ, ବୃଦ୍ଧା, ଅସହାୟ, ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଆଉ ଯିବାକୁ ପଡ଼ିବନି ପଂଚାୟତ କାର୍ଯ୍ୟାଳୟକୁ । ସେପ୍ଟମ୍ବର ମାସରୁ ହିତାଧିକାରୀଙ୍କ ଭତା ଟଙ୍କା ଅନଲାଇନ ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଂଉଟରେ ପୈଠ କରାଯିବ । ସମୟ ସୁବିଧା ଦେଖି ହିତାଧିକାରୀ ମାନେ ନିଜ ନିଜ ସଂଚୟ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ କରିପାରିବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ବ୍ଳକରେ ଏହାର ଚୁଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇ ସ୍ଥାନୀୟ ବ୍ଳକର ୧୧ ହଜାର ୯୪୧ ହିତାଧିକାରୀଙ୍କୁ ଅନଲାଇନରେ ଭତା ଟଙ୍କା ପୈଠ କରାଯିବ ବୋଲି ବିଡ଼ିଓ ପ୍ରସନ କୁମାର ପାତ୍ର ସୂଚନା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ପ୍ରତି ମଙ୍କସର ୧୫ ତାରିଖରେ ଭତା ଟଙ୍କା ଆଣିବା ଲାଗି ସଂପୃକ୍ତ ପଂଚାୟତର ପଂଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିଲା । ଏଥି ସହିତ ବହୁ ବୃଦ୍ଧ, ବୃଦ୍ଧା, ଅସହାୟ, ଦିବ୍ୟାଙ୍ଗ ମାନେ ଭତା ଟଙ୍କା ପାଇବାେ ସକାଶେ ପଂଚାୟତ କାର୍ଯ୍ୟଞାଳୟ ସମ୍ମୁଖରେ ଘଂଟା ଘଂଟା ଧରି ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ୁଥିଲା ।
ଯଦ୍ୱାରା ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିୁଥିଲା । ଏପରିକି ଆବଶ୍ୟକ ସ୍ଥଳେ ଭତା ଟଙ୍କା ପାଇବା ସକାଶେ ପ୍ରତି ମାସରେ ଅଟୋ ଭଡ଼ା ବାବଦରେ ୫୦ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ଏପରିକି କୌଣସି ହିତାଧିକାରୀ କୌଣସି କାରଣ ବଶତଃ ୩ମାସ ଧରି ଭତା ଟଙ୍କା ଆଣିବା ସକାଶେ ଯାଇନପାରିଲେ ଭତା ବାବଦକୁ ଟଙ୍କାଟିଏ ମଧ୍ୟ ମିଳୁନଥିଲା । ଏଭଳି ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ବ୍ଳକରେ ଅନଲାଇନ୍ ବ୍ୟବସ୍ଥାକୁ ଆଗ୍ରାଧିକାର ଦିଆଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ୧୧ ହଜାର ୯୪୧ ହିତାଧିକାରୀଙ୍କୁ ଭତା ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସେଥିମଧ୍ୟରୁ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ଏବଂ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଉଛି । ତେବେ ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତ ମଧ୍ୟରୁ ବଡ଼ଖଣ୍ଡି ପଂଚାୟତରେ ୫୭୪, ବେଲଗାଁରେ ୪୦୪, ଭାବନ୍ଧରେ ୫୫୦, ବୁରୁପୋଡ଼ାରେ ୮୭୫, ଚାନ୍ଦୁଲିରେ ୪୩୯, ଦାରୁଭଦ୍ରାରେ ୬୫୧, ଦୟାପଲ୍ଲୀରେ ୩୪୭, ଧୋବାଡ଼ିରେ ୫୧୧, ଦୁର୍ବନ୍ଧରେ ୫୫୮, ଗଣ୍ଡଳାରେ ୬୨୩, ଖରିଡ଼ାରେ ୪୯୧, କଂଚରୁରେ ୮୪୪.ମକରଝୋଳରେ ୫୭୮, ନନ୍ଦିକରେ୩୯୬, ପୋଚିଲିମାରେ ୫୬୦, ପୁଟିଆପଦରରେ ୪୮୦,
ରାଳବରେ ୮୫୨, ଶାସନଆମ୍ବଗାଁରେ ୫୯୮, ସାହାପୁରରେ ୪୩୨, ସାରୁରେ ୪୫୮ ଏବଂ ସିକିରି ଗ୍ରାମ ପଂଚାୟତରେ ୭୨୦ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଉଛି । ମୋଟ ୨୧ଟି ପଂଚାୟତରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ୬୭୯୫ ଏବଂ କେନ୍ଦ୍ରୀୟ ଯୋଜନାରେ ୫୧୪୭ ହିତାଧିକାରୀ ସର୍ବମୋଟ ୧୧ ହଜାର ୯୪୧ ହିତାଧିକାରୀଙ୍କ ଭତା ଟଙ୍କା ପ୍ରଦାନ କର।ଯାଉଥିବା ହିଞ୍ଜିଳିକାଟୁ ବିଡ଼ିଓ ପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଯୋଜନାରେ ହିତାଧିକାରୀ ମାନେ ପରିଣତ ବୟସରେ ପଂଚାୟତ କାର୍ଯ୍ୟାଳୟକୁ ନିର୍ଦ୍ଧିଷ୍ଟ ସମୟରେ ପଂହଚି ପୁଣି ଘଂଟା ଘଂଟା ଧରି ଲମ୍ବା ଲାଇନରେ ଅପେକ୍ଷା କରିବା କଷ୍ଟକୁ ଅନୁଭବ କରି ଆସୁଥିଲେ । ସରକାରଙ୍କ ଏଭଳି କଷ୍ଟକୁ ହୃଦୟଙ୍ଗମ କରି ହିତାଧିକାରୀଙ୍କ ଭତା ଟଙ୍କା ପାଇବା ବାବଦକୁ ପଂଚାୟତ କାର୍ଯ୍ୟାଳୟକୁ ଯିବା ପରିବର୍ତେ ବ୍ୟାଙ୍କ ଆକାଂଉଟ ଜରିଆରେ ଭତା ବାବଦକୁ ଟଙ୍କା ପୈଠ ବ୍ୟବସ୍ଥାକୁ ବହୁ ହିତାଧିକାରୀ ସ୍ୱାଗତ ଜଣାଇଛନ୍ତି । ( ରିପୋର୍ଟ- ଶେଷଦେବ ସାହୁ )