No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବିଳାସୁଣୀ ସ୍ଥିତ ସାମାଜିକ ଉନ୍ନୟନ ସଂସ୍ଥା ସହଭାଗିତା, “ବେଦା “ଆନୁକୁଲ୍ୟରେ ମହାଦେବ ସ୍ମାରକୀ ତିନି ଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ମହୋତ୍ସବ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ ଆନ୍ତଃ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ ବଲାଙ୍ଗିର ଜିଲ୍ଲା ଫୁଟବଲ ଦଳକୁ ୨-୦ ଗୋଲରେ ହରାଇ,କଟକ ଫୁଟବଲ ଦଳ ଚମ୍ପିୟାନ ହୋଇଥିଲା ।
ବେଦାର ସଭାପତି ମଦନ ମୋହନ ଜେନାଙ୍କ ସଭାପତିତ୍ୟୋରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସଵରେ ନିଆଳି ତହସିଲଦାର, ଲିଲନ ପ୍ରସାଦ ସାହୁ, ରାଉରକେଲା କ୍ରୀଡାର ଡେପୁଟୀ ସେକ୍ରେଟାରୀ , “ବେଦା” ଅନୁଷ୍ଠାନର ଅଧ୍ୟକ୍ଷ ବଦ୍ରିନାରାୟଣ ମହାପାତ୍ର, ସ୍ଥାନୀୟ ଗ୍ରାମବ୍ୟାଙ୍କ ପରିଚାଳକ, ପ୍ରମୁଖ ଯୋଗ ଦେଇ ବିଜେତା କଟକ ଦଳକୁ ୩୦ ହଜାର ଟଙ୍କା ପ୍ରଦାନ କରିଥିଲା ବେଳେ ଉପ ବିଜେତା ଦଳ ବଲାଙ୍ଗୀରକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ବିଳାସୁଣୀର ଏହି କ୍ରୀଡ଼ା ପ୍ରତିଯୋଗୀତା ଉତ୍ସଵ ସମସ୍ତଙ୍କ ସହଯୋଗରେ ଇତିହାସ ରଚନା କରିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ ।
ଏହି ପୁରସ୍କାର ବିତରଣି ଉତ୍ସଵରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ୍ତ କୁମାର ନନ୍ଦ, ସ୍ଵାଧୀନ ମହାନ୍ତି, ଚକ୍ରଧର ରାଜ, କୈଳାସ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ସାହୁ, ପ୍ରକାଶ ମହାନ୍ତି ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ପରିଚାଳନରେ ସହଯୋଗ କରିଥିଲେ । ଏହି ଫୁଟବଲ କ୍ରୀଡା ପ୍ରତିଯୋଗିତାକୁ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଯୋଗ ଦେଇ ଉପଭୋଗ କରିଥିଲେ । ବିଳାସୁଣୀଠାରେ ଆରମ୍ଭ କରାଯାଇଥିବା ଏହି ଫୁଟବଲ କ୍ରୀଡା ପ୍ରତିଯୋଗିତାର ଆୟୋଜକ ତଥା “ବେଦା “ଅନୁଷ୍ଠାନକୁ ନିଆଳି ଅଞ୍ଚଳବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।

No Result
View All Result