No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ପୂର୍ବାହ୍ନ ରେ ତାଙ୍କ ସରକାରୀ ବାସଭବନ ଠାରେ ମହୋଦଧି ଦିବସ ପାଇଁ ମାସ୍କେଟ ଫିନ୍ନି କୁ ଲୋକାର୍ପିତ କରିଛନ୍ତି l ଏହି ଅନ୍ତର୍ଜାତୀୟ ମହୋତ୍ସବ ର ସଫଳତା କାମନା କରିଛନ୍ତି l ମହୋଦଧି ଦିବସ ଚଳିତମାସ ଡିସେମ୍ବର ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ୱର୍ଣ୍ଣାଭ ପୁରୀ ବେଳାଭୂମି ରେ ଅନୁଷ୍ଠିତ ହେବ l ଆନ୍ତର୍ଜାତୀୟ ସ୍ପୋର୍ଟ୍ସ କାରନିଭାଲ ଅନୁଷ୍ଠିତ ହେବ l
ଉପକୂଳ ଐତିହ୍ୟ ର ପ୍ରତୀକ ଭାବେ ସମୁଦ୍ରକୁଳ ସଫା ରଖିବା, ଜଳରାଶି ସଫା ରଖିବା, ଉପକୂଳ କ୍ରୀଡା, ସମୁଦ୍ର ଜଳରାଶି ରେ ନୌକା କ୍ରୀଡା ଆଦି କାର୍ଯ୍ୟକ୍ରମ ରହିଛି l ଏହି ପ୍ରତିଯୋଗିତା ରେ ଦେଶ ବିଦେଶ ର ପ୍ରାୟ ୬୦୦ ରୁ ଅଧିକ ପ୍ରତିଯୋଗୀ ଓ ୧୦ ଟି ଦେଶରୁ ୩୫ ଟି ଆନ୍ତର୍ଜାତୀୟ ପ୍ରତିନିଧୀ ଯୋଗଦେବେ l ଏହା ଭାରତର ଉପକୂଳ ପର୍ଯ୍ୟଟନ ଏବଂ ପରିବେଶ ସଚେତନତା ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେବ l ଲୋକାର୍ପିତ ସମୟରେ
ମହୋଦଧି ଦିବସ ଅଭ୍ୟର୍ଥନା କମିଟି ର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର, ଆୟୋଜକ ବେଲ ଅନୁଷ୍ଠାନ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ପରିବର୍ତ୍ତନ ଓଡିଶା ର ଅଧ୍ୟକ୍ଷ ମନୋଜ ପାଲ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଶ୍ରୀ ରାୟ ପୁରୀ ଠାରେ ସୂଚନା ଦେଇଛନ୍ତି l
No Result
View All Result