୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବୁଧବାର ସକାଳୁ ଚଳଚଞ୍ଚଳ ବଡଦାଣ୍ଡ । ମେଡିକାଲ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଦୁଇପାର୍ଶ୍ଵରେ ପୋଲିସ ଛାଉଣୀ ରହିଥିଲା । ପ୍ରସ୍ତୁତ ହୋଇଥିଲା ସମଙ୍ଗ ହେଲିପ୍ଯାଡ । ବାୟୁ ସେନା ହେଲିକପ୍ଟରରେ ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଙ୍ଗ ହେଲିପ୍ଯାଡରେ ଅବତରଣ କରିବା ପରେ ଶ୍ରୀସେତୁ ଓ ଶ୍ରୀଦାଣ୍ଡ ଦେଇ ସିଂହଦ୍ଵାର ନିକଟରେ ପହଞ୍ଚିଥିଲେ ।
















