No Result
View All Result
୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ମନସ୍ତତ୍ୱ ବିଜ୍ଞାନ ବିଭାଗ ପକ୍ଷରୁ “ନିରୋବାୟୋଲୋଜିକାଲ୍ ଜେନେସିସ୍ ଅଫ୍ ବିହେବିୟର୍” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିଥିଲେ । ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ମୁରଲୀଧର ରଥ ଆଲୋଚନାଚକ୍ର ସଂପର୍କରେ ବିଷଦ ବିବରଣୀ କହିବା ସହିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । କେ.ନୋଟ୍ ବକ୍ତାଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ମନସ୍ତତ୍ୱ ବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ବନମାଳୀ ମହାନ୍ତି ଯୋଗଦାନ କରି ମଣିଷର ଆଚାର ବ୍ୟବହାର କିପରି ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ ସେ ସମ୍ବନ୍ଧରେ ବହୁ ତଥ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରିଥିଲେ ।
ଅନ୍ୟତମ ସମ୍ମାନିତ ବକ୍ତା ପ୍ରଫେସର ଡକ୍ଟର ଶାନ୍ତା ମିଶ୍ର ଯୋଗଦାନ କରି ମସ୍ତିସ୍କର ବିଭିନ୍ନ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ମୁଖ୍ୟା ଡକ୍ଟର ଅବନ୍ତୀକା କର ବିଭାଗ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଡକ୍ଟର କେକା ଭରଦ୍ୱାଜ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଗାୟତ୍ରୀ ନାୟକ, ପ୍ରାଧ୍ୟାପକ ମନୋରଞ୍ଜନ ସାହୁ ଓ ଉପାଧ୍ୟକ୍ଷା ପ୍ରାଧ୍ୟାପିକା ମିନତୀ ଧିର ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟାପିକା ଅର୍ପିତା ଅପରଜିତା, ଅଧ୍ୟାପକ ପ୍ରଶାନ୍ତ ଭୋଇ, ସୁରଜିତ୍ ସାହୁ ଓ ପଦ୍ମଜା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଜୟଶ୍ରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result