No Result
View All Result
୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ୨ତାରିଖ ଭୋପାଳ ଗ୍ୟାସ ଦୁର୍ଘଟଣା ଦିନକୁ ଭାରତ ସରକାର ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଭାବେ ସାରା ଦେଶରେ ପାଳିତ ହେଉଛି । ମୁଖ୍ୟଅତିଥି ଭାବେ ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପରିବେଶ, ବାୟୂ, ଜଳ, ମୃତ୍ତିକା ଓ ଶବ୍ଦ ପ୍ରଦୂଷଣ କିପରି ହୋଇଥାଏ ଓ ଏହାର ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ବିଶେଷ କରି ଛାତ୍ରଛାତ୍ରୀମାନେ ବ୍ୟାପକ ବୃକ୍ଷରୋପଣ ସହ ସଚେତନତା ହୋଇ ପାରିଲେ ପ୍ରଦୂଷଣରୁ ମୁକ୍ତି ମିଳିପାରିବ ବୋଲି ମୁଖ୍ୟଅତିଥି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ଆୟୋଜିତ ସଭାରେ ବିଭାଗୀୟ ମୁଖ୍ୟ ଅରିଜିତ୍ ମିଶ୍ର ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପରିସଂଖ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ହରପ୍ରସାଦ ଦାଶ ଯୋଗଦାନ କରି ବାୟୂ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବାର ଉପାୟମାନ ବର୍ଣ୍ଣନା କରିଥିଲେ । ପାଠଚକ୍ର ସଂପାଦିକା ଲକ୍ଷ୍ମୀପ୍ରୀୟା ଦାସ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result