No Result
View All Result
୦୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଣୀ ଶୁକଦେଈ ଛାତ୍ରୀ ନିବାସ ଆନୁକୁଲ୍ୟରେ + ୩ ପ୍ର୍ରଥମ ବର୍ଷର ନବାଗତ ୬୫ଜଣ ଅନ୍ତୋବସିନୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆୟୋଜିତ ଉତ୍ସବରେ ଛାତ୍ରୀ ନିବାସର ତତ୍ତ୍ୱାବଧାରିକା ଡକ୍ଟର ଅବନ୍ତୀକା କର ସଭାପତିତ୍ୱ କରି ଅନ୍ତେବାସୀମାନଙ୍କୁ ଗୀତାର ସାରାଶଂ କହିବା ସହିତ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ବାଙ୍କୀର ଗର୍ବ ଓ ଗୌରବ ବୀରାରାଣୀ ଶୁକଦେଈଙ୍କ ନାମରେ ନାମିତ ଛାତ୍ରୀ ନିବାସର ଛାତ୍ରୀମାନେ ବୀରତ୍ୱ ଓ ସାହାସୀ ହେବାପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ଛାତ୍ରୀମାନେ ରାଣୀଶୁକଦେଈଙ୍କ ପରି ଦୟା ଓ କ୍ଷମାଶୀଳ ନୀତି ଆପଣେଇବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ + ୨ ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ଯେଗାଦାନ କରି ଭଲ ପାଠ ପଢ଼ି କଲେଜର ସୁନାମ ରଖିବା ପାଇଁ କହିଥିଲେ । ସହକାରୀ ତତ୍ତ୍ୱାବଧାରିକା ଅଧ୍ୟାପିକା ଦେବସ୍ମିତା ରାଉତ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ନିବାସର ସାଧାରଣ ସଂପାଦିକା ସୁନୟନା ରାଉତ ବିବରଣୀ ପାଠ କରିଥିବା ବେଳେ ସ୍ନେହା ଚକ୍ରବର୍ତ୍ତୀ, ପାୟଲ ମହାନ୍ତି ଓ ତୋଶିଳା କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟତମ ସହତତ୍ତ୍ୱାବଧାରକ ଅଧ୍ୟାପକ ଚିନ୍ମୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ,ଓଡ଼ିଶୀ ଓ ନାଟକ ପରିବେଷଣ କରାଯାଇ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଥିଲା । 
No Result
View All Result