ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ବରଗଡ଼ :– ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ଜନୈକ ଆଦିବାସୀ ୱାର୍ଡ ମେମ୍ବର ଶ୍ରୀମତୀ ଜୟ କୁମାରୀ ମାଝୀ ଓ ତାଙ୍କ ସ୍ବାମୀଙ୍କ ଉପରେ ଘରକୁ ପଶି ଗ୍ରାମର କିଛି ପ୍ରଭାବଶାଳୀ ବ୍ଯକ୍ତି ଆକ୍ରମଣ କରିଥିବା ବେଳେ ଜଗଦଳପୁର ଥାନାରେ ଗତ ତା ୧୯/ ୮ ରିଖ ଦିନ ଏକ ଅଭିଯୋଗ ଦାଖଲ ହୋଇଛି । ଘଟଣା ରୁ ଜଣା ଯାଇଛି ଯେ , ବାଦିକଟା ଗ୍ରାମରେ ଟ୍ରାନ୍ସଫର ପୋଡି ଯାଇଥିବା ଓ ଟଙ୍କା ଅସୁଲି କରୁଥିବା କଥା କୁ ନେଇ ଶ୍ରୀ ମତୀ ଜୟ କୁମାରୀ ମାଝୀଙ୍କ ସ୍ବାମୀ ଶ୍ରୀ କୁଂଜ ବିହାରୀ ମାଝୀ ପ୍ରତିବାଦ କରିବାରୁ ତାଙ୍କ ଘରକୁ ଯାଇ ଗ୍ରାମର ସରପଞ୍ଚ ଡମ୍ବରୁଧର ପ୍ରଧାନ,ନରେନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ପ୍ରକାଶ ପ୍ରଧାନ,ଶରତ ପ୍ରଧାନ ଆଦି ତାଙ୍କ ସ୍ବାମୀଙ୍କୁ ମାଡିପିଟ କରିବା ସହ ଜୟ କୁମାରୀ ମାଝୀଙ୍କୁ ମଧ୍ୟ ବେଇଜ୍ବତ କରିଥିବା ନେଇ ଶ୍ରୀ ମତୀ ମାଝୀ ଜଗଦଳପୁର ଥାନାକୁ ଯାଇ ରିପୋର୍ଟ ଦେଇଛନ୍ତି । ଏହି କେଶ୍ କୁ ଭିନ୍ନ ମୋଡ ଦେବା ପାଇଁ ଗାଁ ର ମୁଖିଆ ମାନେ ମଧ୍ୟ ଏକ ରିପୋର୍ଟ ଦେଇଥିବା ଜଣାଯାଇଛି । ୱାର୍ଡ ମେମ୍ବର ଶ୍ରୀ ମତୀ ଜୟ କୁମାରୀ ମାଝୀ କୁହନ୍ତି ଯେ , ସରପଞ୍ଚ ନିଜ ମନ ଇଚ୍ଛା ମାଛ ଚାଷର ନିଲାମ କରିବା,ଟଙ୍କା ନେଇ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିବା, ପଞ୍ଚାୟତ ଅର୍ଥ କୁ ମନମାନି ଖର୍ଚ୍ଚ କରିବା ଆଦିକୁ ସେ ବାରମ୍ବାର ପ୍ରତିବାଦ କରିବାରୁ ସରପଞ୍ଚ ଗାଁର କିଛି ପ୍ରଭାବଶାଳୀ ଲୋକଙ୍କୁ ନେଇ ତାଙ୍କ ଉପରେ ବାରମ୍ବାର ନିର୍ଯ୍ଯାତନା ଦେଉଛନ୍ତି ।
ଗତ ଫେବୃୟାରୀ ମାସ ୨୦୧୯ ରେ ମଧ୍ୟ ସେହି ଲୋକ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଜଗଦଳପୁର ଥାନାରେ କେଶ୍ ନଂ ୨୪ / ୧୭ – ୨ – ୨୦୧୯ ରେ ଏଫଆଇଆର କରାଯାଇଥିଲା । ଏମାନେ ଧନୀ ଓ ପ୍ରଭାବଶାଳୀ ହୋଇଥିବାରୁ ସେ ସମୟରେ ମଧ୍ୟ ଜଗଦଳପୁର ପୋଲିସ କୁ ପ୍ରଭାବିତ କରି ଉକ୍ତ କେଶକୁ ଫାଇନାଲ ରିପୋର୍ଟ କରି ଦେଇଥିଲା । ପୋଲିସ ପୁଣି ଥରେ ଏ ଘଟଣାର ସମାଧାନ ପାଇଁ ତାଙ୍କ ଉପରେ ଚାପ ପକାଉଥିବାରୁ ବରଗଡ଼ ଏସପି ଦୃଷ୍ଟି ଦେବା ପାଇଁ ୱାର୍ଡ ମେମ୍ବର ଶ୍ରୀମତୀ ଜୟ କୁମାରୀ ମାଝୀ ଅନୁରୋଧ କରିଛନ୍ତି । ଜଗଦଳପୁର ଥାନାରେ ଅନେକ ବିବାଦୀୟ ଘଟଣା ଚର୍ଚ୍ଚାକୁ ଆସିଛି ଲହଙ୍ଗେର ଗ୍ରାମର ଶ୍ରୀ ରବିନ୍ଦ୍ର ବରିହା ଙ୍କ ଘର ଉପରେ ଦୁର୍ବୃତ୍ତ ମାନେ ତାଙ୍କ ପରିବାର କୁ ଆକ୍ରମଣ କରିବା ସହ ଗାଡି,ଫ୍ରଜି,ଗଡୋରେଜ,ଟିଭି ଭାଙ୍ଗି ଦେବା ସହ ସୁନା,ରୂପା,ଅଳଙ୍ଗାର ମଧ୍ୟ ଲୁଟି ନେଇଛନ୍ତି । ଅଗଷ୍ଟ ୮ ତାରିଖ ରୁ ଜଗଦଳପୁର ଥାନାରେ ରିପୋର୍ଟ ହୋଇଥିବା ବେଳେ ପୋଲିସ ଚୁପ୍ ହୋଇ ବସିଛ । ରବିନ୍ଦ୍ର ବରିହା ପରିବାର କୁଆଡେ ଗଲେ ତାର ପତ୍ତା ମିଳୁନାହିଁ ।