ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ନବରଙ୍ଗପୁର, ଚନ୍ଦାହାଣ୍ଡି :– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ କିଛିଦିନ ହେଲା ୟୁରିୟା ସାର କଳାବଜାର କୁ ନେଇ ବିଜେପି ଓ ବିଜେଡି ପ୍ରେସମିଟ ମଧ୍ୟରେ ଟଣାଓଟର ହେଉଥିବା ଦେଖିବାକୁ ମିଳିଛି । ୟୁରିୟା ସାରର ଅଭାବ ଏବଂ ଅଧିକ ଦରରେ ବିକ୍ରି କରୁଥିବା ନେଇ ବିଜେପି ପକ୍ଷରୁ ରାଜ୍ୟପରିଷଦ ସଭ୍ୟ ତଥା ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ ୨୦ ତାରିଖ ଦିନ ପ୍ରେସମିଟ କରି ଜିଲ୍ଲା ର ଅନ୍ୟ ବ୍ଲକ ତୁଳନାରେ ଚନ୍ଦାହାଣ୍ଡି ବ୍ଲକ କୁ କମ ୟୁରିୟା ସାର ମାତ୍ର ୫୬ ଟନ ଯୋଗାଇ ଦେଇଥିବା ଅଭିଯୋଗ କରି ଶାସକ ଦଳର ସାଂସଦ ଓ ବିଧାୟକ ଙ୍କୁ ଦାୟୀକରି ଏଠାକାର ଚାଷୀ ମାନଙ୍କ ଦୁଃଖ ବୁଝୁନଥିବା କହିଥିଲେ । ଦୁଇଜଣ ଚନ୍ଦାହାଣ୍ଡି ବ୍ଲକ ରୁ ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ବ୍ଲକ ର ଚାଷୀ ଅଧିକ ଦରରେ ନକଲି ସାର କିଣି ହଇରାଣ ହେଉଥିବା ବେଳେ ରାଜ୍ୟ ସରକାର ଙ୍କୁ ଏଥିପାଇଁ ଦାୟିକରିଥିଲେ ।
ଏହାର ଜବାବରେ ଶୁକ୍ରବାର ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ ଏକ ପ୍ରେସ ବାର୍ତାରେ ବିଜେପି ପକ୍ଷରୁ କରାଯାଇଥିବା ପ୍ରେସ ମିଟ କୁ ବିରୋଧ କରି ଏକ ଜାତୀୟ ରାଜନୈତିକ ଦଳ ଆକ୍ରୋଶ ଏବଂ ଭୁଲ ତଥ୍ୟ କୁ ସମାଲୋଚନା କରିଥିଲେ । ବିଜେଡି ର ଅଭିଯୋଗ କ୍ରମେ ବିଜେପି ର ଯେଉଁନେତା ମାନେ ପ୍ରେସମିଟ କରିଥିଲେ, ସେମାନେ ପ୍ରକୃତ ତଥ୍ୟକୁ ଆଲୋଚନା କୁ ନଆଣି କେବଳ ନିଜ ଦଳ ଭିତରେ ଦୁଇ ଗୋଷ୍ଠୀ ପ୍ରେସମିଟ ମଧ୍ୟରେ ସୀମିତ ରହି କିଏ କେତେବଡ଼ ନେତା ତାହା ପ୍ରକାଶ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକକୁ ସରକାରଙ୍କ ମଞ୍ଜୁର ପ୍ରାପ୍ତ ସାର ବିକ୍ରେତାଙ୍କ ମାଧ୍ୟମରେ ୫୮୪.୦୫ ୟୁରିୟା ସାର ବିକ୍ରୟ ପାଇଁ ଆସିଅଛି ଏବଂ ବର୍ତମାନ ସୁଦ୍ଧା ୮୦.୮୮ ମେଟ୍ରିକ ଟନ ୟୁରିୟା ସାର ଗଛିତ ଥିବା କହିଛନ୍ତି । ଏଠାରେ ୟୁରିୟା ସାର ର ଅଭାବ ନଥିବା ବେଳେ ବିଜେପି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ।
ପ୍ରକାଶ ଯେ କିଛି ଦିନ ତଳେ ଜିଲ୍ଲା ବିଜେପି ସଭାପତି ଚନ୍ଦାହାଣ୍ଡି ବ୍ଲକ କୁ ଗସ୍ତ କରିଥିବା ବେଳେ ନିଜ ଗାଡ଼ିରେ ୪( ଚାରି ) ବସ୍ତା ୟୁରିୟା ନେଇଥିବା ବେଳେ ଖୋଦ ରାୟଗଡା ଜିଲ୍ଲା ପ୍ରଭାରୀ ମଧ୍ୟ ୨୦ ବସ୍ତା ୟୁରିୟା ନିଜ ଚାଷଜମି ପାଇଁ ନେଇଥିଲେ, ଯଦି ଚନ୍ଦାହାଣ୍ଡି ବ୍ଲକରେ ୟୁରିୟା ର ଅଭାବ ରହିଛି ତେବେ ସେ କିପରି ୟୁରିୟା ସାର ପାଇଲେ ବୋଲି ବିଜେଡି ପ୍ରଶ୍ନ କରିଥିବା ବେଳେ ବିଜେପି ର ଏଭଳି ବିଭ୍ରାନ୍ତିକର ତଥ୍ୟ କୁ ବିରୋଧ କରାଯାଇଛି । ଚାଷୀଙ୍କ ସାର ଯୋଗାଣ କେନ୍ଦ୍ର ସରକାର କରୁଥିବା ବେଳେ ଏଠାକାର ସାଂସଦ ଓ ବିଧାୟକ ଙ୍କ ଲୋକପ୍ରିୟତା ରେ ଅସହିଷ୍ଣୁ ହୋଇ ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ପାଢ଼ୀ କହିଥିଲେ । ବିଧାୟକ ଙ୍କ ବାସଭବନ ରେ ଅନୁଷ୍ଠିତ ପ୍ରେସବାର୍ତା ବୈଠକ ରେ ବିଜେଡି ବ୍ଲକ ସଭାପତି ଗୌରହରି ନାୟକ, ଯୁବ ସଭାପତି ତ୍ରିନାଥ ଦାଶ, ବରିଷ୍ଠ ବିଜେଡି ନେତା ପୁରୁଷୋତ୍ତମ ପାରି, ବଳରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ-ଯୁବରାଜ ଜଗତ)