No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଭାଣପୁର ଗ୍ରାମରରେ ସୋମବାର ଦିନ ଦୁଇଟି ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହକୁ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଓ ସିଏମସି ମେୟର ସୁବାସ ସିଂ ଦ୍ୱାରା ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି , ସିଏମସି ମେୟର ସୁବାଷ ସିଂ ମୁଖ୍ୟ ବକ୍ତା , ଡେପୁଟି ମେୟର ଦମୟନ୍ତୀ ମାଝୀ ,
ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , କର୍ପୋରେଟର ପ୍ରଳୟା ବେଉରା , ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ପ୍ରଦିପ ଖୁଣ୍ଟିଆ, କଟକ ନଗର ବିଜେପି ଉପ ସଭାପତି ସ୍ୱାଧିନ ଚେତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ବେହେରା କହିଲେ ଯେ, କଟକ ସଦର ନିର୍ବାଚନ ମଣ୍ଡଳୀରେ ଥିବା ୬ଗୋଟି ୱ।ର୍ଡ଼ର ବିଭିନ୍ନ କାର୍ଯ୍ୟ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବିଶେଷ କରି ଡେରନ, ସ୍ମଶାନ, ପାର୍କ , ଗୋଷ୍ଠୀ ସୌଚାଳୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ କାର୍ଯ୍ୟ କରାଯିବ ବୋଲି କହିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଭାଣପୁର ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ଜେନା, ଗ୍ରାମ୍ୟ କମିଟିର ସଂପାଦକ, ଉପ ସଭାପତିଙ୍କ ସମେତ ଶରତ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଖଟୁଆ, ମହେଶ୍ବର ଭଟ୍ଟ, ଭଗବାନ ଜେନା, ଅଜିତ ରାଉତଙ୍କ ସମେତ ଭାଣପୁର ଗ୍ରାମର ଯୁବକ,ମହିଳା ଏବଂ ଅଙ୍ଗନବାଡି କର୍ମଚାରୀ, ଆଶାକର୍ମୀ ମାନେ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ ।

No Result
View All Result