No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ୍ ତେଲେନପାଲି ରୁ ଘୁଚାପାଲି ରାସ୍ତା ରେ ବନବିଭାଗ ଚଢାଉ କରି ସୋମବାର ସକାଲ ୪ ଟା ସମୟରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ତେଲେନପାଲି ରୁ ଘୁଚାପାଲି ରାସ୍ତାରେ ଏକ ଖଇର କାଠ ବୋଝେଇ ଗାଡ଼ି ଯାଉଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ବନ ବିଭାଗ ଚଢାଉ କରି ଥିବା ବେଳେ ଖଇର କାଠ ବୋଝେଇ ମିନିଟ୍ରକ କୁ ଛାଡ଼ି ଅଭିଯୁକ୍ତ ମାନେ ଫେରାର ମାରିଥିଲେ।
ଖଇର କାଠ ବୋଝେଇ ଟ୍ରକ କୁ ଜବତ କରି ବନବିଭାଗ ଖପ୍ରାଖୋଲ ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ଖଇର କାଠ ର ହାରାହାରି ଓଜନ ୧୦ କ୍ୟୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ହଜାର ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି । ଚଢାଉ ବେଳେ ଖପ୍ରାଖୋଲ ବନପାଲ ସୁଧୀର କୁମାର ଜେନା ଙ୍କ ନେତୃତ୍ୱ ରେ ବନରକ୍ଷୀ ରାଜେନ୍ଦ୍ର ଧରୁଆ ଓ ବନ୍ୟଜନ୍ତୁ ସୁରକ୍ଷାକାରୀ ଦଳ ସାମିଲ ଥିଲେ। ଏ ନେଇ ବନବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ଖଇର କାଠ ସହ ମିନିଟ୍ରକ ନମ୍ବର ଓ ଆର୍ ୦୫ଏ ଇ୮୩୨୫ଗାଡି ଜବତ ହୋଇଥିବା ସହକାରି ବନ ସଂରକ୍ଷକ ତଥା ହରିଶଙ୍କର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ସୂଚନା ଦେଇଛନ୍ତି ।
No Result
View All Result