No Result
View All Result
ଏରବଙ୍ଗ ଉଚ୍ଚବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ ଅନୁଷ୍ଠିତ
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ବନ୍ଧୁ ଶବ୍ଦ ଟି ଅତି ପ୍ରାଚୀନ ଓ ରାମାୟଣ ଏବଂ ମହାଭାରତ ସମୟ ରୁ ଶୁଣିବାକୁ ମିଳୁଛି l ସଂସ୍କୃତ ବିଷୟରେ ଆମେ ପିଲାଦିନେ ଏକ ଚୋଟ ଗଳ୍ପ ସମସ୍ତେ ଉଣା ଅଧିକ ନିଶ୍ଚିତ ପଡ଼ିଥିବେ l ତାହା ହେଉଛି ” ଉତ୍ସବେ ବ୍ୟସନେ ଚୈବ ଦୁର୍ବିକ୍ଷ ରାଷ୍ଟ୍ର ବିପ୍ଳବେ ରାଜଦ୍ଵାରେ ସ୍ମଶାନେ ଚ ଯଶିଷ୍ଟଟି ଶଃ ବାନ୍ଧବ l ଆଦି ସ୍ଥାନରେ ଥିବା ବ୍ୟକ୍ତିଙ୍କୁ ହିଁ ଉପଯୁକ୍ତ ବନ୍ଧୁ ବୋଲି କୁହାଯାଏ l କିନ୍ତୁ ବାସ୍ତବ ରେ ଏବେ ତାହା ବିରଳ କାରଣ ବ୍ୟସ୍ତତା ଜୀବନରେ ସମସ୍ତେ ସ୍ୱାର୍ଥପର ହୋଇଗଲେଣି l
କେବଳ ସ୍ୱାସ୍ଥ୍ୟ ହିଁ ତୁମ ହିଁ ନିଜର ଅନ୍ୟଥା କେହିଁ ନୁହନ୍ତି କାହାର l ନା ବାପା ନା ମା ନା ଭାଇ ନା ଭଉଣୀ ନା ଜ୍ଞାତି କୁଟୁମ୍ବ l ତାସତ୍ତ୍ୱେ ଏ ପରମ୍ପରାକୁ ଉଜ୍ଜୀବିତ ରଖିଛନ୍ତି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର 1982 ମସିହା ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଗତ କାଲି ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ର ଚନ୍ଦ୍ରଭାଗା ନିକଟରେ ଥିବା ଛୋଟା ବାବା ଙ୍କ ମଠରେ 50 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀମାନେ ଏକାଠି ହୋଇଥିଲେ l
ସ୍କୁଲ ଜୀବନ ର ଅଭୁଲା ସ୍ମୃତି କୁ ପୁନଃ ସ୍ମରଣ କରିବା ସହିତ ବିଦ୍ୟାଳୟ ରେ ଅଧୟନ ସମୟ ର କଟାଇଥିବା ସମୟ କୁ ସ୍ମରଣ କରିଥିଲେ l ଏହାର ନେତୃତ୍ୱ ନେଇଥିଲେ ଶ୍ରୀମତ ମହାପାତ୍ର, ଉମେଶ ଚନ୍ଦ୍ର ବିଶ୍ୱାଳ, ଅଜୟ କୁମର ସାବୁତ, ଜୟନ୍ତ କୁମର ରାୟ, ଗୋପୀନାଥ ମୁଦୁଲି ପ୍ରଭୁତି ଉପସ୍ଥିତ ଥିଲେ l ଏଥିପାଇଁ ଉକ୍ତ ବିଦ୍ୟାଳୟ ରେ ଆସନ୍ତା 8 ତାରିଖ ରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ବିଶାଳ ବନ୍ଧୁମିଳନ ଅନୁଷ୍ଠିତ ହେବାକୁ ଯାଉଛି l ପୁରାତନ ଛାତ୍ର ସଂସଦ ପରିଷଦ ର ପ୍ରମୁଖ ପ୍ରଦୀପ୍ତ କୁମର ମହାନ୍ତି ନିବେଦନ କରିଛନ୍ତି କୀ ଉକ୍ତ କାର୍ଯ୍ୟକ୍ରମ ଉପସ୍ଥିତ ରହି ବିଦ୍ୟାଳୟ ର ସମସ୍ୟା ଉପରେ ସରକାର ଙ୍କ ଦୁଷ୍ଟି ଆକର୍ଷଣ କରାଯିବ l
No Result
View All Result