No Result
View All Result
୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବାଙ୍କୀ ମୁହାଣ ରାମଚଣ୍ଡୀ ସାହି ସ୍ଥିତ ସାଇ ଆର୍ଟ ଆଣ୍ଡ ମ୍ୟୁଜିକ୍ ଏକାଡେମୀ ର ଚତୁର୍ଥ ବାର୍ଷିକ ଉତ୍ସବ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳା ଓ ଶିଳ୍ପର ଉଦ୍ୟୋକ୍ତା ଡ.ଦେବୀ ପ୍ରସନ୍ନ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ | ସମ୍ମାନିତ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବେହେରା,ଗୋପାଳପୁର ମହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ଭୁଷଣ ରଥ,ଗୁରୁ ପୂର୍ଣ୍ଣ ଚନ୍ଦ୍ର ଦାସ, କଳା କ୍ଷେତ୍ରରେ ନିର୍ଦ୍ଦେଶକ ସନ୍ତୋଷ କୁମାର ବେହେରା,ଷ୍ଟେଟ ବ୍ୟାଙ୍କ ର ସହ ସଂଯୋଜକ ଅନିଲ କୁମାର ପଟ୍ଟନାୟକ,ସମାଜସେବୀ ଦୀପକ କୁମାର ପଣ୍ଡା,ସୁଶ୍ରୀ ରୋଜାଲିନ ନାୟକ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଅଜୟ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ ।
ଅତିଥି ମାନେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ କଳା ଓ ସଙ୍ଗୀତର ଗୁରୁତ୍ଵ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ସାରଦା ପ୍ରସନ୍ନ ମିଶ୍ର,ଉପଦେଷ୍ଟା କ୍ଷୀରୋଦ କୁମାର ଜେନା,ବଳଭଦ୍ର ମଲ୍ଲିକ,ଅନିତା ମହାନ୍ତି,ଅମୂଲ୍ୟ କୁମାର ମହାନ୍ତି, ସନ୍ତୋଷ କୁମାର ମୁଦୁଲି,ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
No Result
View All Result