No Result
View All Result
୧ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଦର୍ଶ ଯୁବପରିଷଦ ଚକାପଦା ପକ୍ଷରୁ ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡ୍ସ୍ ଦିବସ ପାଳିତ ହୋଇଯାଇଛି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଭିନିତ ଅଗ୍ରୱାଲା ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡ୍ସ୍ ରୋଗର ଭୟାଭୟତା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ କୁମାର ଅମୀୟ , ବଂଶୀଧର ମହାପାତ୍ର, ବିଶ୍ୱରଞ୍ଜନ ସ୍ୱାଇଁ , ଅମରଜିତ ନାୟକ, କାହ୍ନୁଚରଣ ବେହେରା, ସୁନୀତା ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଦର୍ଶକ ମାନଭଞ୍ଜନ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result