No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ନୀତିଆୟୋଗ ସହଯୋଗରେ ନାରୀସଶକ୍ତିକରଣ ଓ ମହିଳା ଶିଳ୍ପଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସଭାପତି ଡକ୍ଟର ରଞ୍ଜିତା କୁଲକର୍ଣ୍ଣି, କୁଳପତି ଡକ୍ଟର ତେଜ୍ ପ୍ରତାପ, ଡବ୍ଲୁଇପିର ନିର୍ଦ୍ଦେଶିକା ଆନ୍ନାରାୟ, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ, କାର୍ଯ୍ୟନିର୍ବର୍ାହୀ ପ୍ରବନ୍ଧକ ପ୍ରାଧ୍ୟାପକ ଅନୀଲ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।
ଏହି ଅବସରରେ ସଫଳ ଉଦ୍ୟୋମିତା ନିମନ୍ତେ ଜ୍ଞାନ ଓ କାର୍ଯ୍ୟ ସମନ୍ୱୟ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ମହିଳା ଶିଳ୍ପଦ୍ୟୋଗୀମାନଙ୍କୁ ନେତୃତ୍ୱ , ସେବା ଓ ତତ୍ସଂକ୍ରାନ୍ତରେ ଶିକ୍ଷାଲାଭ କରିବା ପାଇଁ କୁଳପତି ଡକ୍ଟର ତେଜପ୍ରତାପ ମହିଳା ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାରା ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁସଂଖ୍ୟାରେ ମହିଳା ବିଦ୍ୟାର୍ଥୀଙ୍କ ସମେତ ବହୁ ଶିଳ୍ପୋଦ୍ୟୋଗୀମାନେ ଯୋଗଦେଇଥିଲେ ।
No Result
View All Result