No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଧାନ ସଂଗ୍ରହ ଉପରେ ସଚେତନତା କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗିମୁଣ୍ଡା ବାଜାର ନିୟନ୍ତ୍ରିତ କମିଟି ସମ୍ପାଦକ କ୍ଷମାନିଧି ଗଡତ୍ୟା ଅଧକ୍ଷାତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ପାଟଣାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ,
ସହକାରୀ ସମବାୟ ସମିତି ଉପ ପ୍ରବନ୍ଧକ ରଥ ହେମ୍ବ୍ରମ, ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା ପ୍ରମୂଖ ଯୋଗଦେଇ ଏଫ୍ ଏ କ୍ଵିଉ ମାନର ଧାନ ସଂଗ୍ରହ ଉପର ଆଲୋକ ପାତ କରିଥିଲେ। ଭଲ ମାନର ଧାନ ଦେଇ ଚାଷୀ ଉଚିତ ମୂଲ୍ୟ ନେବାକୁ କହିଥିଲେ। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର,ପ୍ୟକ୍ସ ସଭାପତି, ଡି ଇ ଓ, ରାଜସ୍ବ ନିରୀକ୍ଷକ, ଭି ଏ ଡବ୍ଲୁ,ଅଗ୍ରଣୀ ଚାଷୀ, କୃଷକ ସାଥି ମାନେ ଯୋଗଦେଇଥିଲେ।

No Result
View All Result