୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ଥ୍ ତରଙ୍ଗିରା ଠାରେ ସ୍ଥାପିତ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଥମ ଥର ପାଇଁ ର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଚିତାକର୍ଷକ କାର୍ଯ୍ୟକ୍ରମ "ଫୁଡ୍ ଫେଷ୍ଟିଭାଲ " କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା l ଫେଷ୍ଟିଭାଲ କୁ ଆନୁଷ୍ଠାନିକ ଭାବେ ଶୁଭା ଉଦ୍ଘାଟନ କରିଥିଲେ ବିଦ୍ୟାଳୟ ର ଅଧକ୍ଷ ଚିନ୍ମୟ ସେନାପତି l ଏଥିରେ ମୋଟ ୪୪ ଟା ଷ୍ଟଲ ଥିବା ସ୍ଥଳେ ୯୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏ ଭଳି ମଜାଳିଆ କାର୍ଯ୍ୟକ୍ରମ ରେ ଛାତ୍ରୀ ଙ୍କ ସଂଖ୍ୟା ଛାତ୍ର ଙ୍କ ସଂଖ୍ୟା ଠାରୁ ଅଧିକ ଥିଲା l

ସ୍କୁଲ ପ୍ରାମ୍ବରୁ ପିଲାମାନେ ତାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ନାନାଦି ସ୍ୱାଦିଷ୍ଟ ଖାଦ୍ୟ କୁ ଷ୍ଟଲ ରେ ସଜାଇ ରଖିଥିଲେ l ପରବର୍ତ୍ତୀ ସମୟରେ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ସାମଗ୍ରୀ କୁ ତନଖି କରିବା ସହିତ ମୂଲ୍ୟାୟନ କରିଥିଲେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ କାହ୍ନୁ ଚରଣ ବେହେରା, ଗଣିତ ଶିକ୍ଷକ ସତୀଶ କୁମାର ଅର୍କ ଓ ସଂସ୍କୃତ ଶିକ୍ଷକ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ସସ୍ମିତା ସ୍ୱାଇଁ, ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ l

ଯଦିଓ ଏହା ପିଲାମାନଙ୍କ ପାଇଁ ଏକ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ପରି ଲାଗୁଥିଲା l ବାସ୍ତବ ରେ ତାହା ପିଲାଙ୍କ ମଧ୍ୟରେ କିପରି ଟଙ୍କା ପଇସାର କାରବାର, ଅର୍ଥ ଉପାର୍ଜନର ମାଧ୍ୟମ, ବାଣିଜ୍ୟ ଓ ବ୍ୟବସାୟ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିପାରେ ସେଥିପାଇଁ ଏଭଳି ଅଭିନଵ ଉପରେ ଶିକ୍ଷା ଦିଆଯାଇଥିବା କଥା ଅଧକ୍ଷ ଶ୍ରୀ ସେନାପତି କହିଥିଲେ l