No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆସନ୍ତା ୨୦୨୭ ଡିସେମ୍ବର ମାସ ସୁଦ୍ଧା ସରିବ ଓଡିଶାର ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ। ଏ ନେଇ ଶନିବାର ଦିନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟ ରେ ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ପ୍ରକଳ୍ପ ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ଷ୍ଟେସନ୍ ସମେତ ୨୬ କିମି କାମ ହେବା ସହିତ ରୁଟ୍ ରେ ୧୩ ଟି ଟ୍ରେନ ଚାଲିବ। ପ୍ରତ୍ୟେକ ଟ୍ରେନରେ ୩ କରି କୋଚ୍ ରହିବ ବୋଲି ପ୍ରାଥମିକ ସୂଚନା ରହିଛି। ଯାହାପାଇଁ ମୋଟ ୬ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଅଟକଳ ହୋଇଚି । ନଭେମ୍ବର ୨୦୨୩ ରୁ ଆଜି ସୁଦ୍ଧା ୪୬୦ କୋଟି ଟଙ୍କା ଖର୍ଚ୍ଚ ସରିଛି । ୨୫୦ କୋଟି ଟଙ୍କା ଅକ୍ଟୋବର ରେ ରାଜ୍ୟ ସରକାର ଦେଇଛନ୍ତି। ୩୫୦ କୋଟି ମାର୍ଚ୍ଚ ୩୧ ୨୦୨୫ ସୁଦ୍ଧା ରାଜ୍ୟ ସରକାର ଦେବେ ।
ଆଉ ୧୭ସହ ୫୦ କୋଟି ଟଙ୍କା ୨୦୨୫ -୨୦୨୬ ଆର୍ଥିକ ବର୍ଷରେ ଦେବାପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୨୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଓ ଏହାର ଆଖପାଖ ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର,ପୁରୀ ଓ କଟକ କୁ ନେଇ ମେଟ୍ରୋ ରେଳ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ।
ଯେଉଁ ପ୍ରସ୍ତାବ ଆଧାରରେ ପୂର୍ବ ସରକାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଏହି ପ୍ରକଳ୍ପ ପାଇଁ ଗଠିତ ହୋଇଥିବା (ବି.ଏମ.ଆର.ସି) ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ସହିତ ରାଜ୍ୟ ସରକାର ଓ ଦିଲ୍ଲୀ ମେଟ୍ରୋ,ଏକାଠି ମିଶି କାମ କରୁଛନ୍ତି। ଭୁବନେଶ୍ୱର ମେଟ୍ରୋ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ୩ ଟି ଷ୍ଟେସନ ଏକାମ୍ର ରେ ୪ଟି ଷ୍ଟେସନ୍ ମଧ୍ୟ ରେ ଓ ୧୦ ଟି ଉତ୍ତର ରେ ହେବା ସହିତ ୩ ଟି ଷ୍ଟେସନ କଟକ ରେ ରହିବ । ଏଥିରେ ୯୫ ହଜାର ଲୋକ ପ୍ରତିଦିନ ଯିବାର କ୍ଷମତା ରହିବ।
ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି ବାକି ୧୫ ଏକର ଜମି ଖୁବ୍ ଶୀଘ୍ର ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛ । ବର୍ତମାନ ପର୍ଯ୍ୟନ୍ତ ୪୦ ଏକର ଜମି ମଳିପଡା ରେ ଦିଆଯାଇଛି ଯେଉଁଠି ମେଟ୍ରୋ ଅଫିସ ଅଛି ଓ ମେଟ୍ରୋ ର କାମ ସେଠାରେ ଚାଲିଚି । ମେଟ୍ରୋ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।
ଏହାପରେ କଣ କରାଯିବ, କେନ୍ଦ୍ର ର ସହାୟତା ଦରକାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସମୀକ୍ଷା ବୈଠକରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ର ମୁଖ୍ୟ ନିର୍ବାହୀ ଅଧିକାରୀ କଲ୍ୟାଣ ପଟ୍ଟନାୟକ ଙ୍କ ସମେତ ଦିଲ୍ଲୀ ମେଟ୍ରୋ ଓ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
No Result
View All Result