No Result
View All Result
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଡିସେମ୍ବର ୪ ତାରିଖରେ ପୁରୀ ଫ୍ଲାଗ ବିଚ ଠାରେ ଅନୁଷ୍ଠିତ ହେବ ନୌସେନା ଦିବସ।ଏଥି ପାଇଁ ପ୍ରସ୍ତୁତି କୁ ଜୋରଦାର କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମହାମହୀମ ରାଷ୍ଟ୍ରପତି ଙ୍କ ଯୋଗଦାନ ଥିବାରୁ ସମସ୍ତ କାର୍ଯ୍ୟ ଯେପରି ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହେବ ସେଥିପାଇଁ ସମସ୍ତ ବିଭାଗ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ନିର୍ଦ୍ଦେଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ନୌସେନା ଦିବସ ପାଳନ ନିମିତ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଯାଦବ ନୌସେନା ଦିବସ ପାଳନ ସହ ମହାମହୀମ ରାଷ୍ଟ୍ରପତି ଙ୍କ ଗସ୍ତ ପାଇଁ ଯେଉଁ ବିଭାଗକୁ ଦାୟିତ୍ୱ ଦିଆଯାଉଛି ତାହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ।କୌଣସି ବିଭାଗର କିଛି ସମସ୍ୟା ରହୁଥିଲେ ତାହା ତୁରନ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ଆଣି ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ। ବ୍ୟାରିକେଡ ନିର୍ମାଣ, ରାସ୍ତା ଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ବିଚ ସ୍ବଛ ରଖିବାକୁ ଅଧିକ ମାନବ ସମ୍ବଳ ଉପଯୋଗ ବ୍ୟବସ୍ଥା,ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରିବାକୁ ଶ୍ରୀ ଯାଦବ ନିର୍ଦ୍ଦେଶ ଦେଇଥିଲେ।ସେହିପରି ପାର୍କିଂ ସ୍ଥଳ ମାନଙ୍କ ରେ ଆସ୍କା ଲାଇଟ ର ବ୍ୟବସ୍ଥା କରିବାକୁ ଅଗ୍ନି ଶମ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।ଡିଏଫଓ ବିବେକ କୁମାର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ନୌସେନା ର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
No Result
View All Result