ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂଗ କଲା ବେଳେ ଧଣ୍ଡାମୁଣ୍ଡା ଗ୍ରାମ ନିକଟ ରେ ଏକ ଆରଟିକା କୁ ତନଖି କଲାବେଳେ ବେଆଇନ ଭାବେ ଆନ୍ଧ୍ର କୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣି ୩ ପୁରୁଷ ଓ ୨ ମହିଳା ଙ୍କୁ ଉଦ୍ଧାର କରିଥିବା ଜଣା ଯାଇଛି। ଉଦ୍ଧାର ଶ୍ରମିକ ମାନେ ଗୋଲାମୁଣ୍ଡା ଗ୍ରାମର ବୋଲି ଜଣାପଡିଛି।
ଏନେଇ ଖପ୍ରାଖୋଲ ଥାନା କେଶ ନମ୍ବର ୨୭୭/୨୪ ରେ ଏକ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର ଗୋଲାମୁଣ୍ଡା ଗ୍ରାମର ସହଦେବ ଓରଫ ସଲାମ ବଗର୍ତ୍ତି ( ୨୬) ଓ ଗାଡ଼ି ଚାଲକ କଟାପାଲି ଗ୍ରାମର ବିଷ୍ଣୁ ସାହୁ ( ୪୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି ।
© 2023 Odisha Taza News.