ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) କଟକ, ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଦୁଃଖ ହେଉଛି ଗୋବରୀ ନଦୀ , ଏହି ନଦୀରେ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ବନ୍ୟା ଜଳ କୂଳ ଲଙ୍ଘିବା ସହ ଗାଁରେ ପ୍ରବେଶ କରିଛି ବନ୍ୟା ଜଳ । କେଉଁଠି ରାସ୍ତା ଘାଟ ବୁଡିଯାଇଛି ତ କେଉଁଠି ଚାଷ ଜମି ସମ୍ପୁର୍ଣ୍ଣଜଳମଗ୍ନ । ଆଉ କେଉଁଠି କେଉଁଠି ଘର ମଧ୍ୟରେ ବି ପଶିଚି ବନ୍ୟାଜଳ । ଦୁଇ ଦୁଇ ଥର ଲଗାଣ ବର୍ଷା ପ୍ରଭାବରେ ଦଶ ହଜାରରୁ ଉର୍ଦ୍ଧ ହେକ୍ଟର ଚାଷଜମିରେ ଧାନ ଫସଲ ନଷ୍ଟ ହୋଇଛି ।
ତଳିଆ ଅଂଚଳର ବହୁ ଗାଁ ରେ ପାଣି ପଶିବାରୁ ଏବେ ବହୁ ପରିବାର ଜଳବନ୍ଦୀ ହୋଇଥିଲେ ବି ମାହାଙ୍ଗା ତହସିଲ ପ୍ରଶାସନ ନିକଟରେ ନାହିଁ ଖବର । ବିଶେଷ କରି ମାହାଙ୍ଗା ବ୍ଲକ ଚାହାପଡା ପଂଚାୟତ ର ଗୋବିନ୍ଦ ପୁର, ଭଁରାଜ, ଜହଳ, କଂଟିକିଆରି, ବାରବାଟି ଗ୍ରାମରର ବହୁ ପରିବାର ଜଳବନ୍ଦୀ ହେବାସହ ବହୁ ଲୋକଙ୍କର ମାଟିକାନ୍ଥ ଭୁଶୁଡି ପଡିଥିଲା ବେଳେ ତହସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ତ ଦୂରର କଥା ଏ ସମ୍ପର୍କରେ ଖବର ନାହିଁ ,
ବନ୍ୟା ପାଣି ପସିବା ଯୋଗୁଁ ବହୁ ପରିବାର ରୋଷେଇ କରିନପାରି ଶୁଖିଲା ଖାଦ୍ୟ ଖାଇ ରହିଛନ୍ତି । ସେମାନଙ୍କୁ ତହସିଲ କି ବ୍ଲକ ପ୍ରଶାସନ ପକ୍ଷରୁ ଆଜିଯାଏ ସହାୟତା ବି କରାଯାଇନି । ବହୁ ବନ୍ୟା ଵିପପନ୍ନ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ତ କିଏ କିଏ ପରିବାର ଲୋକ ଛୁଆ ପିଲାଙ୍କୁ ବନ୍ଧୁ ଘରେ ନେଇ ଆଶ୍ରୟ ନେଇଛନ୍ତି , ପାଞ୍ଚଦିନରୁ ଉର୍ଦ୍ଧ ହେବ ଏହି ପରିବାର ଲୋକମାନେ ପାଣି ଘେରରେ ଥିଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ ସହାୟତା ଦିଆଯାଇ ନାହିଁ ।
ଏ ସମ୍ପର୍କରେ ମାହାଙ୍ଗା ତହସିଲଦାର ଚିତ୍ତରଞ୍ଜନ ପଟନାୟକ ଙ୍କୁ ଯୋଗାଯୋଗ କରିବାରୁ ରିଲିଫ କମିଶନରଙ୍କ ନିର୍ଦେଶ ନ ଆସିବା ଯାଏ ଆମେ କିଛି କରିପାରିବୁ ନାହିଁ ବୋଲି କହିଛନ୍ତି । ଅନ୍ୟପଟରେ ବନ୍ୟା ଜଳ ଚାଷ ଜମିରେ ପଶି ରହିବାରୁ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ତୁରନ୍ତ ମାହାଙ୍ଗା ଅଂଚଳକୁ ସରକାର ବନ୍ୟା ପ୍ଲାବିତ ଅଞ୍ଚଳ ଘୋଷଣା କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ)