No Result
View All Result
୨୭ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ କଲେଜରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି । କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଗୋପ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନର ମୌଳିକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି କଲେଜର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ସେନାପତି, ଅଧ୍ୟାପିକା ପ୍ରତିମା ଦେଇ, ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ସାହୁ, ଅମିତାଭ ମହାନ୍ତି , ବାପିନା ସ୍ବାଇଁ,
ସୌମ୍ୟରଞ୍ଜନ ନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତ ସମ୍ବିଧାନର ନୀତି ନିୟମ, ମର୍ଯ୍ୟାଦା, ଜାତୀୟ ସଂହତି ପ୍ରମୁଖ ବିଷୟରେ ବିଶେଷ ଆଲୋକପାତ କରିଥିଲେ । ଏହି ଅବସରରେ ଭାରତକୁ ଏକ ସାର୍ବଭୌମ , ସମାଜବାଦୀ, ଧର୍ମନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା, ଏହାର ନାଗରିକ ମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ , ଧାର୍ମିକ ସ୍ଵାଧୀନତା , ସ୍ଥିତି ଓ ସୁଯୋଗର ସମାନତା ଦେବା ପାଇଁ ଉପସ୍ଥିତ ଅତିଥି ବୃନ୍ଦ, ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ । ଏହି ପରିପ୍ରେକ୍ଷୀରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା ।
No Result
View All Result