No Result
View All Result
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ସଦର ବୀର ହରେକୃଷ୍ଣ ପୁର ଠାରେ ସଦର ମଣ୍ଡଳ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀମେଳା ଉଦଘାଟିତ ଓ ଉଜ୍ଜାପିତ ହୋଇଅଛି । ଏହି ସମାରୋହରେ ପୁରୀ ସଦର ମଣ୍ଡଳର ସମୁଦାୟ ୧୫୬ ଟି ପ୍ରକଳ୍ପ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିଲେ । ସମାରୋହର ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଛାତ୍ର ଅବସ୍ଥାରୁ ଛାତ୍ରଛାତ୍ରୀ ମାନଙ୍କ ମନରେ ଜିଜ୍ଞାସା ଓ ଅନୁସନ୍ଧିତ୍ସା ସୃଷ୍ଟି ହେଲେ ସେମାନେ ନିଶ୍ଚିତ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୁରୀ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ଉପାଧ୍ୟକ୍ଷ ଦେବସ୍ମିତା ମହାପାତ୍ର, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସମାଜସେବୀ ଜଟାଧାରୀ ମିଶ୍ର ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଦ୍ବାରା କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହାର ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ମଣ୍ଡଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ ସେବାକାର୍ଯ୍ୟରେ ଉଦବୁଦ୍ଧ ହେବାପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଉପସ୍ଥିତ ରହି ଜିଜ୍ଞାସା ପିଲାମାନଙ୍କ ର ମୁଖ୍ୟ ଧ୍ଧେୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୁରୀ ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ବିତ୍ ଶତପଥୀ, ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବ ରାମ ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରତ୍ନାକର ବେହେରା,
ଶାରଦା ବିହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଓ ସାଂଗଠନିକ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ବୀର ହରେକୃଷ୍ଣ ପୁର ଅରବିନ୍ଦ ଦାସ୍ ଉପସ୍ଥିତ ରହି ନିଜ ନିଜର ଓଜସ୍ବୀ ବକ୍ତବ୍ୟ ପ୍ରଦାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏସମସ୍ତ କାର୍ଯ୍ୟ ମଣ୍ଡଳ ଶିକ୍ଷାଧିକାରୀ ତଥା ସଭାପତି ପ୍ରମୋଦ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କରାଯାଇଥିଲା । ସମୁଦାୟ ୭ ଗୋଟି ଉପ ବିଭାଗରୁ ୭ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା ।ବିଚାରକ ରୂପେ ବରିଷ୍ଠ ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ବେହେରା, ହେମନ୍ତ କୁମାର ପ୍ରଧାନ ଓ ଅଜୟ କୁମାର ଜେନା ପ୍ରକଳ୍ପ ଗୁଡ଼ିକୁ ବିଚାର କରିଥିଲେ । ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
No Result
View All Result