No Result
View All Result
୨୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ସ୍ତରୀୟ ପୋଷ୍ୟ ସନ୍ତାନ ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ସଚେତନତା ରଥକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଶିଶୁ ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଏହି ରଥ ସଚେତନ କରାଇବ ବୋଲି କହିଥିଲେ । ଅନେକ ପିତୃମାତୃହୀନ ସନ୍ତାନ, ଅସହାୟ ଓ ଗରିବ ସନ୍ତାନ ଶିଶୁ ପରିଚର୍ଯ୍ୟା ଗୃହ ମାନଙ୍କ ରେ ରହୁଛନ୍ତି।ପ୍ରତ୍ୟେକ ଟି ଶିଶୁ ପିତାମାତା ଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ଆବଶ୍ୟକ କରନ୍ତି । ଶିଶୁମାନଙ୍କୁ ଅସୁରକ୍ଷିତ ଭାବେ ବୁଦାମୂଳେ, ରାସ୍ତାକଡ, ଅପରିଷ୍କାର ସ୍ଥାନରେ ପରିତ୍ୟକ୍ତ ନକରି ସୁରକ୍ଷିତ ଭାବେ ଶିଶୁ ମଙ୍ଗଳ ସମିତି, ଝୁଲଣା ମାଧ୍ୟମରେ ହସ୍ତାନ୍ତର କରନ୍ତୁ l

ଏହି ଶିଶୁ ମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ଭବିଷ୍ୟତ କୁ ଉଜ୍ଜ୍ୱଳ କରେଇବା ଏହି ସଚେତନତା ରଥର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଶିଶୁ ମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ସଚେତନତା ରଥ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶିଶୁ ମଙ୍ଗଳ କମିଟି ସଦସ୍ୟ ରୁଦ୍ଧିସୁନ୍ଦର ମିଶ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ଅଧିକାରୀ,ବିଭିନ୍ନ ଶିଶୁ ଯତ୍ନକାରୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ସଚେତନତା ରଥ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ପରିକ୍ରମା କରି ସଚେତନତା ର ବାର୍ତ୍ତା ଦେବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ।
No Result
View All Result