No Result
View All Result
୨୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳର ସେଣ୍ଟ୍ରାଲ ହଲଠାରେ ମନସ୍ତତ୍ୱ ବିଜ୍ଞାନ ବିଭାଗର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନଶୀଳ ହୋଇପାରେ କି ଶୀର୍ଷକ ଆଲୋଚନାଚକ୍ର ସୋମବାର ଅନୁଷ୍ଠିତ ହୋଇଅଛି।ଏହି ଶୀର୍ଷକ ଆଲୋଚନାରେ ମହାବିଦ୍ୟାଳୟ ଅଧକ୍ଷା ଏଲିଜାବେଥ ଭଞ୍ଜ ଅଧକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଦୃଷ୍ଟିଭଙ୍ଗୀ ସର୍ବଦା ପରିବର୍ତ୍ତନଶୀଳ ପାରିବ,ଏହା ବ୍ୟକ୍ତିର ମାନସିକ,ଶାରୀରିକ ତଥା ପାରିପାର୍ଶ୍ଵିକ ସ୍ଥିତି ଉପରେ ନିର୍ଭରଶୀଳ । ଯଦି ଆପଣଙ୍କ ପ୍ରତି କୁଭାବନା ପୋଷଣ କରିଥାଏ ତେବେ ପରବର୍ତ୍ତୀ ସମୟରେ ଆପଣଙ୍କ ବ୍ୟବହାର ତାହାକୁ ପରିବର୍ତ୍ତିତ କରିବାରେ ବିଶେଷ ସହାୟକ ହୋଇଥାଏ ।

ମୁଖ୍ୟବକ୍ତା ଭାବେ ନୟାଗଡ଼ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ଡ଼ଃ ହରିହର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରାକ୍ତନ ପ୍ରଫେସର ସତ୍ୟନାରାୟଣ ରଥ ଯୋଗଦେଇ ଦୃଷ୍ଟିଭଙ୍ଗୀକୁ ସର୍ବଦା ସୁମାର୍ଗରେ ପୋଷଣ କଲେ ତାହା ସମାଜରେ ମଙ୍ଗଳକାରୀ ହୋଇଥାଏ।ନଚେତ ଏହା ନାନାବିଧ ବିଭ୍ରାଟ ସୃଷ୍ଟି କରି ସମାଜକୁ କଳୁଷିତ କରିବାରେ ମୁଖ୍ୟ ଭୂମିକା ନିଭାଇବାରେ ସହାୟକ ହୋଇଥାଏ। ବିଭାଗୀୟ ମୁଖ୍ୟ ଲକ୍ଷ୍ମୀପ୍ରଭା ମିଶ୍ର ଅତିଥି ପରିଚୟ ପ୍ରଦାନ କରିବାସହ ନିଜସ୍ୱ ସନ୍ଦର୍ଭ ପାଠ କରିଥିଲେ। ସେହିପରି ସହ ଅଧ୍ୟାପିକା ସସ୍ମିତା ମହାନ୍ତି ଓ ଛାତ୍ରଛାତ୍ରୀ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ।

ଏହି ଅବସରରେ ଆୟୋଜିତ ବିଭିର୍ନ୍ନ ବର୍ଗ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ କଲେଜ ପକ୍ଷରୁ ବିଧାୟକ ପୁରସ୍କୃତ କରିଥିଲେ।ଅଧ୍ୟାପକ ରଙ୍କନିଧି ମହାରଣା, ଡେମୋନେଷ୍ଟ୍ରେଟର ମାୟାଧର ବରାଡ,ଟୁନୁ ଖାଡଙ୍ଗା ଓ ଶଙ୍କର ସିଂହ ପ୍ରମୁଖ ସହଯୋଗ କରିଥିଲେ।ଜାତୀୟ ସେବା ସଂସ୍ଥା କ୍ୟାଡେଟମାନେ ବିଧାୟକ ଶ୍ରୀ ସାହୁଙ୍କୁ ମହାବିଦ୍ୟାଳୟସ୍ଥିତ ଆଲୋଚନାଚକ୍ର ଗୃହ ମଧ୍ୟକୁ ପାଛୋଟି ଆଣିଥିଲେ।ପରେ ବିଧାୟକ ଓ ଅତିଥିମାନେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ଶେଷରେ ଡେମୋନେଷ୍ଟ୍ରେଟର ବିଶ୍ଵମୋହନ ନରେନ୍ଦ୍ର ବାସ୍ତବ କ୍ଷେତ୍ରରେ ବ୍ୟବହାର ହିଁ ମଣିଷକୁ ସମାଜରେ ଚିହ୍ନିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ଓ ଛାତ୍ରଛାତ୍ରୀ ନିଜ ବ୍ୟବହାରକୁ ମାର୍ଜିତ କରିବାକୁ ଆଶା ପୋଷଣ କରି ଧନ୍ୟବାଦ ଅର୍ପଣ କରିଥିଲେ l 
No Result
View All Result