No Result
View All Result
ଭାପୁର – ସାଗର ଗାଁ ରାସ୍ତା ନିର୍ମାଣରେ ଦୁର୍ନୀତି, (ରାସ୍ତା କାମ ସରିବାର ଏକ ବର୍ଷ ନପୁରୁଣୁ ରାସ୍ତା ପାଲଟିଛି ମରଣଯନ୍ତା, ରାସ୍ତା କାମରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅର୍ଥ ଆତ୍ମସାତ କରି ମାଲେମାଲ, ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ )
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନାୟଗଡ ଜିଲ୍ଲା ଭାପୁର ବ୍ଲକର କିଛି ସରକାରୀ କର୍ମଚାରୀମାନଙ୍କ ପାଇଁ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଉକ୍ତ କର୍ମଚାରୀମାନେ ଠିକାଦାର ମାନଙ୍କୁ ଦୁର୍ନୀତି କରିବାର ପ୍ରଶୟ ଦେଇ ଅର୍ଥ ହରିଲୁଟ କରି ମାଲେମାଲ ହେଉଛନ୍ତି। ଯାହା ଫଳରେ ଭାପୁର ବ୍ଲକରେ ଦୁର୍ନୀତି ତଥା ଅର୍ଥ ହରିଲୁଟ ଚରମ ସୀମାରେ ପହଞ୍ଚି ଥିବାବେଳେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପେକ୍ଷିରେ ଭାପୁର ବ୍ଲକ ସଦର ମହକୁମାଠାରୁ ସାଗରଗାଁ ପର୍ଯ୍ୟନ୍ତ ୭.୬୧୦ କିଲୋ ମିଟର ରାସ୍ତାର ଅବସ୍ଥା ଦେଖିଲେ ଠିକ୍ ଅନୁମାନ କରିହେବ। ଉକ୍ତ ରାସ୍ତା କାମଟି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ସେ ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ଆତ୍ମସାତ କରି ରାସ୍ତା କାମ ନିମ୍ନମାନର କାର୍ଯ୍ୟ କରିଥିବାରୁ କାମ ସରିବାର ଏକ ବର୍ଷ ନପୁରୁଣୁ ରାସ୍ତାରୁ ପିଚୁ ଉଠି ଜନ ସାଧାରଣମାନଙ୍କ ପାଇଁ ପାଲଟିଛି ମରଣଯନ୍ତା।

ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଭିଜିଲାନ୍ସ ତଦନ୍ତ ଦାବି କରିବାକୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାପୁର ଠାରୁ ସାଗରଗାଁ ପର୍ଯ୍ୟନ୍ତ ୭.୬୧୦ କି.ମି. ରାସ୍ତା ପାଇଁ ପ୍ରାୟ ୪.୬୮ କୋଟି ଟଙ୍କା ଏବଂ ଏହାର ରକ୍ଷଣା ବେକ୍ଷଣ ପାଇଁ ପ୍ରାୟ ୩୪.୫ ଲକ୍ଷ ଟଙ୍କା ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ଠାରୁ ଅନୁଦାନ ମିଳିଥିଲା। ଉକ୍ତ ରାସ୍ତା କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ମା’ ରାମଚଣ୍ଡୀ ଇନଫ୍ରା ପ୍ରା.ଲି. (ପୁରୀ) ନାମକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ ରାସ୍ତାର କାର୍ଯ୍ୟାରମ୍ଭ ଗତ ତା ୧୪-୧୨-୨୦୨୧ ରୁ ଆରମ୍ଭ ହୋଇ ତା ୧୩-୧୨-୨୦୨୨ ରେ ସମାପ୍ତ ହେବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥଲା। ମାତ୍ର, ଅବଧି ମାତ୍ର, ଅବଧି ସମୟ ସରିବାର ପ୍ରାୟ ଏକ ବର୍ଷ ପରେ, ଅର୍ଥାତ୍ ଉକ୍ତ ରାସ୍ତାଟି ଗତ ବର୍ଷ ଶେଷ ହୋଇଥିଲା।

ଏଥିସହ ତା ୧୩-୧୨-୨୦୨୨ ଠାରୁ ତା ୧୩-୧୨-୨୦୨୭ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷ ରକ୍ଷଣା ବେକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ, ଉକ୍ତ ରାସ୍ତାଟି ଗତ ବର୍ଷ କାମ ସରିଥିବାବେଳେ କାମ ସରିବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଜନ ସାଧାରଣ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।

ରାସ୍ତାର ଉନ୍ନତିକରଣ ସମୟରେ ଆବଶ୍ୟକ ପରିମାଣର କଞ୍ଚାମାଲ ବ୍ୟବହୃତ ହୋଇ ନ ଥିବା, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ପାଇଁ ରାସ୍ତାରୁ ପିଚୁ ଉଠିଯାଇ ନଷ୍ଟ ହୋଇଯାଉଛି। ଏନେଇ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଙ୍କୁ ପଚାରିବାରୁ ସେ ଉକ୍ତ ରାସ୍ତା ଉପରେ ମତାମତ ଦେବାକୁ ମନା କରିଦେଇଛନ୍ତି। ପୁନଶ୍ଚ , ଏନେଇ ବିଭାଗୀୟ ଉପ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ମିଶ୍ର ଉକ୍ତ ବିଷୟକୁ ସ୍ବୀକାର କରିବା ସହ କାହିଁକି ରାସ୍ତାରୁ ପିଚୁ ଉଠି ଯାଉଛି ଏବଂ ସମ୍ପୃକ୍ତ ଠିକା ସଂସ୍ଥା କାହିଁକି ରକ୍ଷଣା ବେକ୍ଷଣ କରୁ ନାହାଁନ୍ତି ମୁଁ ବୁଝିଲେ କହିବି।


No Result
View All Result