No Result
View All Result
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୯୩ ଗୋଟି ସମସ୍ୟାର ଅଭିଯୋଗ ଆସିଥିଲା ଏବଂ ଜିଲ୍ଲାପାଳ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ସମସ୍ୟା ବୁଝିଥିଲେ । ଅଭିଯୋଗ ମଧ୍ୟରୁ , ବ୍ୟକ୍ତିଗତ ସମସ୍ୟା ୭୪ ଗୋଟି ,ଗ୍ରାମ୍ୟ ସମସ୍ୟା ୮,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ୧୧ ଗୋଟି ଓ ତତ୍କାଳ ସମାଧାନ ୧୦ ଟି ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ସୁଶ୍ରୀ ,ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମ୍ମଦର, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ଜିଲ୍ଲାପରିଷଦ ପ୍ରକଳ୍ପ ଅଧିକାରୀ ଦେବଦତ୍ତ ପଣ୍ଡା,ଜିଲ୍ଲା ଯକ୍ଷ୍ମା ଅଧିକାରୀ ଶରତ ଚନ୍ଦ୍ର ଦାସ , ଭାରପ୍ରାପ୍ତ ଆରକ୍ଷୀ ଉପଖଣ୍ଡ ଅଧିକାରୀ ରମାକାନ୍ତ ନାଥଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିବାବେଳେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ,
ବ୍ଲକ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ , ଭାପୁର ତହସିଲଦାର ଅର୍ଜୁନ ପ୍ରଧାନ, ଫତେଗଡ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ସମେତ ବ୍ଲକର ସମସ୍ତ କାର୍ଯ୍ୟାଳୟରୁ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିଥିଲେ । ବିଶେଷକରି, ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠଯନ୍ତ୍ରୀ ତଥା ଅଧିକାରୀମାନେ ଅନୁପସ୍ଥିତ ରହିଥିବାରୁ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହିତ କ୍ଷୁବ୍ଧ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
No Result
View All Result