No Result
View All Result
୧୨ଟି ଗାଁ ର ସମ୍ପୂର୍ଣ ବିକାଶ ଉପରେ ଆଲୋଚନା ସରକାରୀ ସ୍ତରରେ କମିଟି ଗଠନ
୨୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଂଚାୟତ ସମିତି ସଭାଗୃହ ଠାରେ ସରକାର ଙ୍କ ଗ୍ରାମଦୋୟ ଯୋଜନା କାର୍ଯ୍ୟକାରି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିବେକାନନ୍ଦ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଓରମାସ ଜଏଣ୍ଟ ସିଇଓ କମଳେନ୍ଦୁ ପଲ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ବ୍ଲକ ଉପାଧ୍ୟକ୍ଷ ସୁଖିରାମ ସାଣ୍ଡ, ପ୍ରମୁଖ ଯୋଗଦେଇଥିଲେ ।
ବୈଠକରେ ବ୍ଲକ ର ପାଞ୍ଚଟି ପଂଚାୟତ ର ୧୨ ଟି ଗ୍ରାମର ସମ୍ପୂର୍ଣ ବିକାଶ ପାଇଁ ଗ୍ରମୋଦୟ ଯୋଜନାର କାର୍ଯ୍ୟକାରୀ ଉପରେ ଆଲୋଚନା ହୋଇଥିଲା । ବ୍ଲକ ର ଭାନପୁର ପଞ୍ଚାୟତ ର ୩ ଟି ଗ୍ରାମ ହନୁପାଳି , ବ୍ରାହ୍ମଣୀ ,ଥୁଟିଭଟା , ତେଲେନପାଲି ପଞ୍ଚାୟତ ର ୨ ଟି ଗ୍ରାମ ଯମୁନାପାଲି , ସାପମୁଣ୍ଡ ,ନାନ୍ଦୁପଲା ପଞ୍ଚାୟତ ର ୩ଟି ଗ୍ରାମ ନୂଆପାଳି ,କନ୍ଦରାଭଟା ,ମହୁଲପାଳି , ରେଙ୍ଗାଲି ପଞ୍ଚାୟତର ୪ ଟି ଗ୍ରାମ ରେଙ୍ଗାଲି ,ଖୁରିପାଣି ,ଆମ୍ବବାହାଲି , ବର୍ତ୍ତିଆ ଓ ଟଙ୍କପାଣି ପଞ୍ଚାୟତ ର ଗୋଟିଏ ଗ୍ରାମ ସୁନାମୁଦି କୁ ଗ୍ରାମଦୋୟ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାଯାଇଛି ।
୧୨ ଟି ଗ୍ରାମର ସମସ୍ତ୍ ପରିବାର ବର୍ଗଙ୍କ ସବିଶେଷ ତଥ୍ୟ ସର୍ଭେ ପରେ ସ୍ୱାସ୍ଥ୍ୟ,ଶିକ୍ଷା ,ପିଇବା ପାଣି ,ଗ୍ରାମୀଣ ଆବାସ , ରାସ୍ତା , କୃଷି ସମେତ ରୋଜଗାର ସୃଷ୍ଟି କରି,ଆର୍ଥିକ , ବିଦ୍ୟୁତ କରଣ , ସାମାଜିକ ଦିଗରେ ସର୍ବାଙ୍ଗିନ ବିକାଶ କରିବା ନିମନ୍ତେ ସରକାର ପଦକ୍ଷେପ ନେବାକୁ ପ୍ରସ୍ତୁତି ଆରମ୍ଭ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିବା ବେଳେ ବ୍ଲକ ରେ କାର୍ଯ୍ୟକରୁଥିବା ସମସ୍ତ ବିଭାଗ ର ଅଧିକାରୀ ଏବଂ ସରପଞ୍ଚ ପଞ୍ଚାୟତ ସମିତି ମାନେ ଯୋଗଦେଇଥିଲେ ।
ଗ୍ରାମଦୟ ଯୋଜନାରେ ଲୋକେ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ ହୋଇ ପାରିବେ ବୋଲି ମତ ବ୍ୟକ୍ତି ରଖିଥିଲେ । ଅଞ୍ଚଳ ର ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ , ପାନୀୟ ଜଳ , ବିଦ୍ୟୁତ୍ କରଣ , ଦାଦନ ଶ୍ରମିକ ପରିବାର ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିଥିଲେ । ୧୨ ଖଣ୍ଡ ଗ୍ରାମର ଗ୍ରାମଦୋୟ ଯୋଜନା ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ରେ ସାମିଲ କରି ତାଙ୍କ ଆର୍ଥିକ ବିକାଶ କରିବା ସହିତ ସମସ୍ତ ଯୋଜନା ର ସୁଫଳ ପାଇବା ଦିଗରେ ସରକାରଙ୍କ ପଦକ୍ଷେପ ବିଷୟ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
No Result
View All Result