No Result
View All Result
୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଏବେ ଠିକାଦାର ଓ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଚାଲିଛି ! ନିଜର ସ୍ୱାର୍ଥ ସାଧନ ଲାଗି କିଛି ଅସାଧୁ କର୍ମଚାରୀ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରି ଏକ ନିର୍ଦ୍ଦିଷ୍ଠ ସଂସ୍ଥାକୁ ଠିକା କାମ ଯୋଗାଉଛନ୍ତି । ଫଳରେ ଅନ୍ୟ ଠିକାଦାର ଓ ଠିକା ସଂସ୍ଥା ହଇରାଣ ହରକତ ହେବା ସହ ଟାଟା ପାୱାରର କୋଟି କୋଟି ଟଙ୍କା ଅର୍ଥ ହଡପ ହେଉଛି ।
ଅଭିଯୋଗ ଅନୁସାରେ, ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର TPCODL, TPNODL ଓ TPSODL ପକ୍ଷରୁ ବିଭିନ୍ନ କାର୍ଯ୍ୟ ଲାଗି ଉପଯୁକ୍ତ ଠିକା ସଂସ୍ଥା ଠାରୁ ଟେଣ୍ଡର ଆହ୍ୱନ କରାଯାଇ କାର୍ଯ୍ୟ ଯୋଗାଇ ଦିଆଯାଇଥାଏ । ଏଥିପାଇଁ ଟାଟା ପାୱାର ଏକ ନିର୍ଦ୍ଧଷ୍ଟ ମାନଦଣ୍ଡ ନିର୍ଦ୍ଧାରଣ କରିଥାଏ । ଏହି ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ଠିକା ସଂସ୍ଥାକୁ କମ୍ପାନୀ ଟେଣ୍ଡର ଦେଇଥାଏ । ମାତ୍ର କିଛି ଅସାଧୁ କର୍ମଚାରୀ ଟେଣ୍ଡରରେ ଅନିୟମିତତା କରି ନ୍ୟୁରୋନ କମ୍ପ୍ୟୁଟର ସର୍ଭିସେସ୍ ନାମକ ଏକ ସଂସ୍ଥ୍ାକୁ ଠିକା କାମ ଯୋଗାଇ ଦେଇଛନ୍ତି । ଯେଉଁ ସଂସ୍ଥା କି କମ୍ପାନୀର କୌଣସି ମାନଦଣ୍ଡ ପୂରଣ କରୁନାହିଁ ଓ କାଗଜପତ୍ରରେ ଜାଲିଆତି କରିଛି ।
ଟେଣ୍ଡର ପାଇବାରୁ ବଞ୍ଚିତ ହୋଇଥିବା ଠିକା ସଂସ୍ଥାମାନେ ଅଭିଯୋଗ କରିଛନ୍ତି ଯେ, ଯେଉଁ ଠିକା ସଂସ୍ଥାର ବାର୍ଷିକ ୫କୋଟିରୁ ଅଧିକ ଟର୍ନ ଓଭର, ଜିଏସ୍ଟି ପୈଠ, ଇପିଏଫ ଦାଖଲ, ଆଦି ସବୁ ପ୍ରକାର ବୈଧ କାଗଜପତ୍ର ଥିବ, ସେହି ସଂସ୍ଥା ଟେଣ୍ଡର ଆବେଦନ କରିପାରିବ । ମାତ୍ର ନ୍ୟୁରୋନ କମ୍ପ୍ୟୁଟର ସର୍ଭିସେସ୍ର ସମସ୍ତ କାଗଜପତ୍ରରେ ଜାଲିଆଦି କରି ଟେଣ୍ଡର ହାତେଇ ନେଇଛି । ନ୍ୟୁରୋନ କମ୍ପ୍ୟୁଟର ସର୍ଭିସେସ୍ର ବାର୍ଷିକ କାରବାର ୩କୋଟିରୁ ଟିକେ ଅଧିକ, ଇପିଏଫ ଦାଖଲ ହୋଇନି ଓ ଜିଏସଟି ମଧ୍ୟ ଅପୂରଣୀୟ ରହିଛି । ଏହା ପଛରେ କିଛି ଅସାଧୁ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ହେଉଛି ।
ତେବେ ଏହି ଜାଲିଆତି ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ, ଶକ୍ତି ସଚିବ ଓ ଏପରିକି ଟାଟା ପାୱାର ମୁଖ୍ୟଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ନ୍ୟୁରୋନ କମ୍ପ୍ୟୁଟର ସର୍ଭିସେସ୍ର ସମସ୍ତ ଟେଣ୍ଡରକୁ ବାତିଲ କରିବା ସହ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଯଦି ସରକାର ଏଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ସମସ୍ତ ଠିକା ସଂସ୍ଥା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
No Result
View All Result