No Result
View All Result
୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :- > ନୟାଗଡ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କିପରି ଭାବରେ ଜନସାଧାରଣ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇପାରିବେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଭାପୁର କିୟାନୁଷ୍ଠାନ କମିଟି ପକ୍ଷରୁ ଡାକ୍ତରଙ୍କ ସହ ଭାପୁର ଅଞ୍ଚଳର ବୁଦ୍ଧିଜୀବିଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ନିରାମୟ ୨୪ ଘଣ୍ଟା ଖୋଲା ରଖିବା, ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ କରିବା, କେଉଁ ଦିନ କେଉଁ ଡାକ୍ତର କାର୍ଯ୍ୟନିର୍ବାହ କରିବେ ତାହା ସୂଚନାଫଳକରେ ଲେଖିବା, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା,
ପରିଷ୍କାର ପରିଚ୍ଛନ୍ନତା ରଖିବା, ପ୍ରତ୍ୟେକଦିନ ଆସୁଥିବା ରୋଗୀମାନଙ୍କର ପଞ୍ଜୀକରଣ କମ୍ପ୍ୟୁଟର ମାଧ୍ୟମରେ କରିବା, ଆୟୁର୍ବେଦିକ ଔଷଧ ରୋଗୀମାନଙ୍କୁ ପ୍ରଦାନ କରିବା, ଚକ୍ଷୁ ବିଭାଗକୁ ନିୟମିତ ଖୋଲିବା , ରୋଗୀଙ୍କୁ ନିରାମୟରୁ ସମସ୍ତ ଔଷଧ ପ୍ରଦାନ ସହିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ ଓ ଗଙ୍ଗାଧର ବାରିକ,
ଶିକ୍ଷାବିତ୍ ଭରତ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଶିଶିର ସାହୁ ପ୍ରମୁଖ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵନାଥ ସାହୁଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଡା ପ୍ରଦୀପ କୁମାର ପାଇକରାୟ, ଡ଼ା ସତ୍ୟପୀୟ ସାହୁ, ଡ଼ା ଲଳିତ ମୋହନ ଟୁଡୁ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡ଼ା ମାନସୀ ମହାପାତ୍ର, ଦାନ୍ତ ଚିକିତ୍ସକ ଡ଼ା ଜୟକାନ୍ତ ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ, ଆଲୋଚନାରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି।
No Result
View All Result