• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
November 23, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ
Share on FacebookShare on TwitterWhatsapp

୨୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆଗାମୀ ଡିସେମ୍ବର ୩ ରୁ ୭ ତାରିଖ  ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଅଗ୍ନିଶମ ବିଭାଗ ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ, ପୁରୀ, ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ନୌସେନା ବିଭାଗର ଅଧିକାରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ  ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସୂଚନା ଅନୁସାରେ ଡିସେମ୍ବର ୩ ତାରିଖ ଅପରାହ୍ଣରେ ମାନ୍ୟବର ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବାୟୁସେନା ବିମାନ ଯୋଗେ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସଂଧ୍ୟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନିଳାଦ୍ରୀ ବିହାର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ୪ ତାରିଖ ପୂର୍ବାହ୍ନରେ ମାନ୍ୟବର ରାଷ୍ଟ୍ରପତି ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରେ ପରେ  ଶ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ସେଦିନ ନୌସେନା ଦିବସ   ଅବସରରେ ମାନ୍ୟବର ରାଷ୍ଟ୍ରପତି ଅପରାହ୍ଣ ୩.୫୫ ରେ  ଭାରତୀୟ ନୌସେନା ତରଫରୁ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ  ଆୟୋଜିତ ନୌସେନାର ସାମୁଦ୍ରିକ ଶକ୍ତି ନମୁନା ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ ।

  ୫ ତାରିଖ ସକାଳେ ମାନ୍ୟବର ରାଷ୍ଟ୍ରପତି ପୁରୀରୁ ବାହାରି  ହେଲିକପ୍ଟର ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସେଠାରୁ ପୂର୍ବାହ୍ନ ୧୦.୫୦ ରେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱ ବିଦ୍ୟାଳୟର ୪୦ ତମ ସମାବର୍ତ୍ତନ  ଉତ୍ସବରେ  ଯୋଗଦେବେ । ଏହା ପରେ ଅପରାହ୍ଣରେ  ଭୁବନେଶ୍ୱରରେ ନୂଆ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସର ଶୁଭ ଉଦ୍‌ଘାଟନ କରିବେ । ୬ ତାରିଖ ସକାଳେ  ସେ  ବାବା ସାହେବ ଆମ୍ବେଦକରଙ୍କ ମହା ପରିନିର୍ବାଣ  ଦିବସ ଉପଲକ୍ଷେ ଭୁବନେଶ୍ୱର ଏଜି ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ଏହାପରେ ସେ ବାୟୁସେବା ବିମାନ ଯୋଗେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ଅବତରଣ କରି, ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ମୟୂରଭଞ୍ଜ ରଙ୍ଗମାଟିଆ ହେଲିପ୍ୟାଡଠାରେ ପହଞ୍ଚି ସେଠାରୁ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ  ଭାବ ବିନିମୟ କରିବା ସହ ଉପରବେଡାସ୍ଥିତ ଘରେ  କିଛି ସମୟ ରହି ଗ୍ରାମବାସୀଙ୍କ ସହ ଭାବ ବିନିମୟ କରିବେ । 

ଅପରାହ୍ଣରେ ରାଇରଙ୍ଗପୁରରେ ପହଁଚି  ଉପଖଣ୍ଡ ଚିକିତ୍ସାଳୟରେ ଏସ୍‌ଏଲଏସ୍‌ ଟ୍ରଷ୍ଟ ବୋର୍ଡ ତରଫରୁ ଡାକ୍ତରଖାନା ଉଦ୍ଦେଶ୍ୟରେ ପ୍ରଦତ୍ତ ଏକ ଯାନକୁ ପତାକା ହଲାଇ ଲୋକାର୍ପଣ କରିବେ । ଏହାପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ  ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ ।  ସଂଧ୍ୟାରେ ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା ତଥା ଆରତୀ କରିବେ । ଡିସେମ୍ବର ୭ ତାରିଖ ପୂର୍ବାହ୍ନରେ ରାଇରଙ୍ଗପୁରରୁ ଦାଣ୍ଡବୋଷ​‌ ଏୟାରଷ୍ଟ୍ରିପ୍‌ରୁ  ବାଙ୍ଗିରିପୋଷୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ରେଳଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ବିଭିନ୍ନ ରେଳ ଲାଇନ୍ ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ  କରିବା ସହ  ଆଭାସୀ ମାଧ୍ୟମରେ ରାଇରଙ୍ଗପୁର ଆଦିବାସୀ ଗବେଷଣା କେନ୍ଦ୍ର,

ଦାଣ୍ଡବୋଷ ଏୟାରଷ୍ଟ୍ରିପ  ଏବଂ ଉପଖଣ୍ଡ ଚିକିତ୍ସାଳୟ  ପ୍ରକଳ୍ପର ଶିଳାନ୍ୟାସ କରିବେ  ଏବଂ କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ବାଙ୍ଗିରିପୋଷୀ ହେଲିପ୍ୟାଡ୍ ରୁ ହେଲିକପ୍ଚର ଯୋଗେ କଲେଇକୁଣ୍ଡା ଯାଇ ସେଠାରୁ ବାୟୁସେନା ବିମାନ ଯୋଗେ ନୂଆ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ମାନ୍ୟବର ରାଷ୍ଟ୍ରପତିଙ୍କ  ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ରାଜ୍ୟର ସମସ୍ତ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ୍ ବିଭାଗର ଅଧିକାରୀ, ଆଭାସୀ ମାଧ୍ୟମରେ ଯୋଗଦେଇଥିବା ପୁରୀ, ମୟୂରଭଞ୍ଜର ଜିଲ୍ଲାପାଳ, ନୌସେନା ଅଧିକାରୀଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତସୂଚୀରେ ଗତ ଅକ୍ଟୋବର ୨୩ରୁ ୨୫  ତାରିଖ ଗସ୍ତକାର୍ଯ୍ୟକ୍ରମର  କେତେକ କାର୍ଯ୍ୟସୂଚୀ ରହିଛି, ଯାହାକି ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିଲା । ତେବେ ପୂର୍ବ ପ୍ରସ୍ତୁତି ଅନୁସରଣ କରିବା ସହିତ କାର୍ଯ୍ୟକ୍ରମଗୁଡ଼ିକୁ ସମୟ ନିର୍ଘଣ୍ଟ ଅନୁସାରେ ସାରିବା ପାଇଁ ଆବଶ୍ୟକତା ଅନୁସାରେ ସମସ୍ତ ପ୍ରସ୍ତୁତି ସହ  ପ୍ରତ୍ୟେକ କାର୍ଯ୍ୟକୁ ଭଲଭାବେ ତଦାରଖ କରିବାକୁ  ମୁଖ୍ୟ ଶାସନ ସଚିବ  ସମ୍ପୃକ୍ତ ସଚିବ ଏବଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ  ମାନ୍ୟବର ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନରେ ସାମୟିକ ରହଣି ବ୍ୟବସ୍ଥା, ସୁରକ୍ଷା, କାରକେଡ୍ ବ୍ୟବସ୍ଥା, ବିମାନ ଓ ହେଲିକପ୍ଟରର ସୁରକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ଆବଶ୍ୟକ ରାସ୍ତା ମରାମତି,

ପରିମଳ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ବିଭିନ୍ନ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି,  ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ସାମିଆନା ସହ ବସିବା ବ୍ୟବସ୍ଥା ଆଦି ସଂପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା ।  ଜିଲ୍ଲାପାଳ ପୁରୀ, ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ଜିଲ୍ଲାପାଳ ମୟୁରଭଞ୍ଜଙ୍କୁ ନିଜ ନିଜ ଜିଲ୍ଲାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ  କାର୍ଯ୍ୟକ୍ରମର ସାମଗ୍ରିକ ଭାବେ ସୁବ୍ୟବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତି ଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ । ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କିଶନ ଶର୍ମା ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ବିଶଦ୍ ଉପସ୍ଥାପନା କରିଥିଲେ ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version