ଓଡ଼ିଶା ତାଜା ନିୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର) ଢେଙ୍କାନାଳ : ଧରଣୀ ନାଏକ ଜାତିରେ ହରିଜନ । ଚାରି ପିଲା ସ୍ତ୍ରୀ ଓ ବୃଦ୍ଧା ମା ବାପାଙ୍କୁ ନେଇ ତାର ପରିବାର । ନିଜର ଜାଗା ଖଣ୍ଡେ ନାହିଁଁ ବୋଲି ଦୀର୍ଘବର୍ଷ ଧରି ଗାଁ ପୋଖରୀ ହୁଡା କଡରେ ଝାଟିମାଟି ଘର କରି ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରି ଚଳେ । ଏବେ ଲଘୁଚାପର ଲଗାଣ ବର୍ଷାରେ ରାତି ଅଧରେ ଘର କାନ୍ଥ ଭୁଶୁଡି ପଡ଼ିଲା।ଅଳ୍ପକେ ବର୍ତ୍ତିଗଲା ପୁରା ପରିବାର ।
ସହାୟତାର ଗୁହାରୀ କଲୁ ସରପଞ୍ଚଙ୍କ ନିକଟରେ, ସେଭଳି କିଛି ଫଳପ୍ରଦ ମିଳିଲା ନାହିଁ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜରି ଘୋଡାଇ ଦୟନୀୟ ଅବସ୍ଥାରେ ଏଭଳି ଅଭିଯୋଗ କରି ମୁଣ୍ଡ ଗେଞ୍ଜିବାକୁ ସରକାରଙ୍କୁ ଚାହିଁ ରହିଛନ୍ତି ଜିଲ୍ଲା ସଦର ମହକୁମା ଛଦେଶ ଅଞ୍ଚଳ ଭାପୁର ଗ୍ରାମର ଧରଣୀ ପରିବାର । (ରିପୋର୍ଟ ଅମର ରଞ୍ଜନ ଦାସ)