No Result
View All Result
୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ମାର୍ଗଶିର ମାସ ର ଅଷ୍ଟମୀ ଟି ଓଡ଼ିଆ ସଂସ୍କୃତି ରେ ଏହା ପ୍ରଥମାଷ୍ଟମୀ ବା ପୋଢ଼ୁଆଁଷ୍ଟମୀ ଭାବେ ଆମେ ପାଳିଥାଉ । ଏହି ଦିନ ଘର ର ଜ୍ୟେଷ୍ଠ ସନ୍ତାନ କୁ ମାମୁଁ ଘରୁ ଆସିଥିବା ପିଠା ମିଠା ଆଦି ନାନାଦି ଦ୍ରବ୍ୟ ଓ ନବ ବସ୍ତ୍ର ପରିଧାନ କରିଥାନ୍ତି। ଠିକ ସେମିତି ଆଜି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ମାଧବ ମନ୍ଦିର ରୁ ଯାଇଛି ପୋଢ଼ୁଆଁ ଭାର। ରତ୍ନସିଂହାସନ ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀମା ସୁଭଦ୍ରା , ସୁଦର୍ଶନ , ମାଧବ , ଭୂଦେବୀ ଓ ଶ୍ରୀ ଦେବୀଙ୍କ ପାଇଁ ପାଟବସ୍ତ୍ର , ଅରୁଆ ଚାଉଳ,ବିରି,ନଡ଼ିଆ, ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ, ଅଳେଇଚ , ଲବଙ୍ଗ, ଗୋପାଳବଲ୍ଲଭ ଓ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ ସବୁକୁ ଶୁକ୍ରବାର ସକାଳେ ଶ୍ରୀ ମାଧବାନନ୍ଦ ଜୀୟୁ ଙ୍କ ମନ୍ଦିରରୁ ଭାର କୁ ଏକ ଶୋଭାଯାତ୍ରା ରେ ପୁରୀ ଶ୍ରୀ କ୍ଷେତ୍ର କୁ ନିଆ ଯାଇଛି।
ବାଟରେ ଯିବା ସମୟରେ ଗୋପ ବଜାର ଠାରେ ହିନ୍ଧୁ ଓ ମୁସଲିମ ସାମ୍ପ୍ରଦାୟର ଭକ୍ତ ମାନଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଥିଲା l ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଓ ପୁରୀ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଟୀ ର ସଭାନେତ୍ରୀ ମିନାକ୍ଷୀ ପୃଷ୍ଠି ଆଦି ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ସଂକୀର୍ତନ ମଣ୍ଡଳୀ ସହିତ ସ୍ୱାଗତ କରିଥିଲେ l ଏଥର ପ୍ରଭୁ ମାଧବ ଙ୍କ ଭୋଇସେବକମାନେ ଶୋଭାଯାତ୍ରା ର ଆଗରେ ପତାକା ଧରି ଚାଲିଥିଲେ । ଆଉ ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟ ବଜାଇଥିଲେ। ଶୋଭାଯାତ୍ରା ରେ ଗଡ଼ୁଆ ସେବକ ମାନେ ପାଇକ ଆଖଡା ପ୍ରଦର୍ଶନ କରିଥିବା ବେଳେ ଗୋପାଳ ସେବକମାନେ ରାମତାଳି / ଲଉଡ଼ି ପ୍ରଦର୍ଶନ କରିଥିଲେ।
ଏକାଧିକ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବେହେରା ସେବକ ମାନେ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ମାଧବ ମନ୍ଦିର ର ଛତିଶା ନିଯୋଗୀ, ପ୍ରାଚୀ ଅଞ୍ଚଳର ବହୁ ସାଧୁସନ୍ଥ , ଭକ୍ତ ଓ ଶ୍ରୀଜଗନ୍ନାଥ ପ୍ରେମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ବାଟରେ ପଦଯାତ୍ରୀ ମାନଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଚାରିଛକ ଠାରୁ ଗୋପ, ଗଣେଶ୍ୱରପୁରଠାରେ ଦହିପଣା ଓ ବାଲିଘାଇଠାରେ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଆଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ଏହି ଶୋଭାଯାତ୍ରା ମାଧବ , ଚନ୍ଦ୍ରମଉଳି , ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା।ସେଠାରୁ ଅପରାହ୍ନ ରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପଦଯାତ୍ରା ଶେଷ ହୋଇଥିଲା। ଭାର ସବୁ କୁ ଶ୍ରୀ ମନ୍ଦିର ପ୍ରଶାସନ ହସ୍ତାନ୍ତର କରାଯାଇଥିଲା l
No Result
View All Result