No Result
View All Result
୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ -୨୦୨୪ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀଶମ୍ଭୁନାଥ ନନ୍ଦୀ,
ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସଂଜୀବ କୁମାର ପଟେଲ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ବିଭାଗ ଶ୍ରୀପ୍ରସନ୍ନ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ମତ୍ସ୍ୟ ଅଧୁକାରୀ ଶ୍ରୀ କହଁର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଜିଲ୍ଲାର ୧୨ ଗୋଟି ବ୍ଲକରୁ ୭୦ ଜଣ ମତ୍ସ୍ୟ ଚାଷୀ,
ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳ ଉତ୍ପାଦନକାରୀ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନ ଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ନନ୍ଦୀ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତାଇ ଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରାଣୀ ବିଭାଗ ଯୋଜନା ଗୁଡିକ ଅବଗତ କରାଇଥିବା ବେଳେ ଜଳଛାୟା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ କ୍ଷେତ,ପୋଖରୀରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ମତ୍ସ୍ୟ ଚାଷୀଙ୍କୁ ଉତ୍ସାହିତ କରିଥିଲେ।
ଏହି ଦିବସରେ ୨ ଜଣ ସଫଳ ମତ୍ସ୍ୟ ଚାଷୀ, ୧ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ୭ ଜଣ ମତ୍ସ୍ୟ ଚାଷୀଙ୍କୁ ମତ୍ସ୍ୟ ବିପଣନ ନିମନ୍ତେ ପ୍ରଧାନାମନ୍ତ୍ରୀ ମତ୍ସ୍ୟ ଯୋଜନା ଅନ୍ତର୍ଗତ ଅଟୋ ସହିତ ବରଫ ବାକୁ ବିତରଣ କରାଯାଇଥିଲା।
ସହକାରୀ ମତ୍ସ୍ୟ ଅଧିକାରୀ,ରାଇକିଆ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷରେ , କ, ନୂଆଗାଁ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିକାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ l
No Result
View All Result