No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ରାଜ୍ୟ ବିଜେପି ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାଷୀମାନଙ୍କର ଚଳିତ ବର୍ଷର ଧାନମଣ୍ଡି ଗୁଡିକୁ ବିଜେପି କୃଷକ ମୋର୍ଚା ସଦସ୍ୟମାନଙ୍କ ଦ୍ୱାରା ଧାନ ସଂଗ୍ରହ କରାଯାଇ ମିଲର୍ସ ମାନଙ୍କୁ ପ୍ରଦାନ କରାଯିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଚିଠି କରିଅଛନ୍ତି l ଏହି ଧାନମଣ୍ଡି ତଦାରଖ ଓ ଚାଷୀଙ୍କ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କୃଷକ ମୋର୍ଚ୍ଚାର ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ମିଶ୍ରଙ୍କ ସମେତ 37ଜଣ ସଦସ୍ୟଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଯୁକ୍ତି ଦେଇ ଅଛନ୍ତି l
ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଏକ ଜରୁରୀ ବୈଠକ ଡକାଇ ନିଯୁକ୍ତି ପାଇଥିବା 37ଜଣ କୃଷକ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଆଲୋଚନା କରି ଦାୟିତ୍ୱ ବଣ୍ଟନ କରିଛନ୍ତି l ପ୍ରତ୍ୟେକ ଚାଷୀମାନେ ଆସନ୍ତା ଢ଼ିସେମ୍ବର ପହିଲାରେ ସେବା ସମବାୟ ସମିତି ଜରିଆରେ ପଞ୍ଜିକରଣ କରିଥିବା ଧାନମଣ୍ଡି ଗୁଡିକରେ ଧାନ ଦେବେ ଓ ଧାନ କ୍ଵଣ୍ଟାଲ ପିଛା ସରକାରୀ ଦରରେ 3100ଟଙ୍କା ପାଇବେ l ଧାନମଣ୍ଡିରେ ଦୁର୍ନୀତି ନ ହେବା ପାଇଁ ଓ ମିଲର୍ସମାନେ ଚାଷୀମାନଙ୍କ ଧାନ ନେବାବେଳେ ଧାନ ନ କାଟିବାକୁ ସମସ୍ତ କୃଷକ ମୋର୍ଚା ସଦସ୍ୟମାନେ ତଦାରଖ କରିବେ l ଫଳରେ ସମସ୍ତ ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ବରିଷ୍ଠ କୃଷକ ମୋର୍ଚା ସଦସ୍ୟ ଶିବ ପ୍ରସାଦ ମିଶ୍ର ଗଣ ମାଧ୍ୟମକୁ ସୂଚନା ଦେଇ ଅଛନ୍ତି l କୃଷି ଓ କୃଷକର ବିକାଶ ପାଇଁ ବିଜେପି ସରକାର କାର୍ଯ୍ୟ କରୁଅଛି ବୋଲି ଶ୍ରୀ ମିଶ୍ର ଘୋଷଣା କରିଛନ୍ତି l
No Result
View All Result