No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଭଏସ ଅଫ ମିଡିଆ ସଂଘ ଅଂଚଳର ବିଶିଷ୍ଟ ଗ୍ରାମ୍ୟ ନ୍ୟାୟବିତଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିଛନ୍ତି।ସୂଚନା ଯୋଗ୍ୟ ଯେ ବୋଲଗଡ଼ ତଥା ଏହାର ପାର୍ଶ୍ୱ ଅଂଚଳର ବିଶିଷ୍ଠ ଗ୍ରାମ୍ୟ ନ୍ୟାୟବିତ କୃଷ୍ଣମୋହନ ପାଲଟାସିଂହ(୯୩) ଙ୍କ ଗଡ଼ଭିତର ସାହିସ୍ଥିତ ବାସଭବନକୁ ଯାଇ ବୋଲଗଡ଼ ଏଏସ ଅଫ ମିଡିଆ ସଂଘର ସଦସ୍ୟମାନେ ତାଙ୍କର ଆର୍ଶୀବାଦ ଗ୍ରହଣ କରିଛନ୍ତି।ସେ ବୟସାଧିକରେ ପୀଡିତ ଥାଇ ଶଯ୍ୟାଶାୟୀ ଥିଲେ ହେଁ ଚଳ ଚଞ୍ଚଳ ରହିଛନ୍ତି।ଶ୍ରୀ ପାଲଟାସିଂହ ଯୁବକ ଅବସ୍ଥାରେ ହାଇସ୍କୁଲ ଶିକ୍ଷା ସାରି ରାଜନୀତିରେ ସକ୍ରିୟ ଥିଲେ।
ସେ ବୋଲଗଡ଼ ଗ୍ରାମ ପଂଚାୟତର ୩ଥର ସରପଞ୍ଚ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନର ଅଧିକାରୀ ଥିଲେ।ପରେ ରାଜନୀତି କ୍ଷେତ୍ରରେ ପିତାମହ ଭୀଷ୍ମ ଭାବେ ଅଂଚଳରେ ବେଶ ଜଣାଶୁଣା।ବୋଲଗଡ଼ ମହୋତ୍ସବ ପ୍ରାରମ୍ଭରୁ ସେ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟରତ ଥାଇ ଉତ୍ସବକୁ ସରସ ସୁନ୍ଦର କରାଇବାରେ ସିଦ୍ଧହସ୍ତ ଅଟନ୍ତି।ସର୍ବୋପରି ସେ ଜଣେ ଗ୍ରାମ୍ୟ ମଞ୍ଚକଳାକାର ଓ ହର୍ମୋନିୟଂମ ବାଦକରେ ପୂର୍ଣ୍ଣ ପରି ପକ୍ୱତା।
ଏହି ପରିପ୍ରେକ୍ଷୀରେ ବୁଧବାର ବୋଲଗଡ଼ ଭଏସ ଅଫ ମିଡିଆ ସାମ୍ବାଦିକ ସଂଘ ଶାଖାର ସଦସ୍ୟ ମାନେ ନ୍ୟାୟବିତ ବାସଭବନକୁ ଯାଇ ତାଙ୍କ ଠାରୁ ଆର୍ଶୀବାଦ ନେଇଥିଲେ ଓ ସଂଘ ର ସମସ୍ତ ସଦସ୍ୟମାନେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ।ତାଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଆରୋଗ୍ୟ ପାଇଁ ବୋଲଗଡ଼ ଅଞ୍ଚଳର ରାଜନୈତିକ ବ୍ୟକ୍ତି ବିଶେଷ,ବହୁ ମାନ୍ୟଗଣ ବ୍ୟକ୍ତିମାନେ ଶ୍ରୀ ପାଲଟାସିଂହକୁ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି !
No Result
View All Result