No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଟ୍ରେନ୍ ଲାଇନ ଚ୍ୟୁତ୍ ହେଉ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା କେନ୍ଦୁଆପଦା ରେଲୱେ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ କରା ଯାଇଥିଲା। ପ୍ରକୃତ ସମୟ ଭିତ୍ତିରେ ମଣିଷ ଏବଂ ସାମଗ୍ରୀ ସହିତ ରିଲିଫ୍ ଅପରେସନ୍ କରାଯାଇଥିଲା। କେନ୍ଦୁଆପଦା ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନର ଦୁଇଟି କୋଚ ଲାଇନ ଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା। ତୀର୍ଥଯାତ୍ରୀ ଟ୍ରେନର ଲାଇନ ଚ୍ୟୁତ୍ ହେବା ତୁରନ୍ତ ପରେ, ଆକ୍ସିଡେଣ୍ଟାଲ୍ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ଭ୍ୟାନ୍, ଭଦ୍ରକ ରେଳ ଷ୍ଟେସନରୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହି ମକ୍ ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚରୁ ବାହାର କରିବା, ଆଶୁ ଚିକିତ୍ସା, ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର,ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା, ଅନୁକଂପା ରାଶି ପ୍ରଦାନ କରିବା, ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷପତ୍ରର ସୁରକ୍ଷା,ଭିଡ଼ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯେପରିକି ଲାଇନ ଚ୍ୟୁତ୍ କୋଚ୍ ଗୁଡ଼ିକର ପୁନଃ ଅବସ୍ଥାପନ,ରେଳ ଟ୍ରାକ୍ ର ଫିଟନେସ୍ ଏବଂ ପ୍ରଭାବିତ ମାର୍ଗରେ ଟ୍ରେନ୍ କାର୍ଯ୍ୟକୁ ସ୍ୱାଭାବିକ କରିବା ଇତ୍ୟାଦି। ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ,
ଶ୍ରୀ ଏଚ୍.ଏସ୍.ବାଜୱା, ମକ୍-ଡ୍ରିଲରେ ଅଂଶଗ୍ରହଣ କରି, କହିଛନ୍ତି ଯେ,ଏହି ମକ୍ ଡ୍ରିଲ ହେଉଛି ଏହିପରି ପ୍ରକୃତ ଘଟଣା ସମୟରେ କରାଯାଇଥିବା ପୁନଃ ରୁଦ୍ଧାର କାର୍ଯ୍ୟର ପ୍ରତିକୃତି ଏବଂ ମକ୍ ଡ୍ରିଲ୍ସ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ । ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିଯକୁ ପ୍ରସ୍ତୁତ ରହିବାକୁ ସେ କର୍ମଚାରୀ ମାନଙ୍କୁ ଅନୁରୋଧ କରିଛନ୍ତି । ରେଳବାଇର ବିଭିନ୍ନ ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟରେ ଯୋଗାଯୋଗ ଏବଂ ସମନ୍ୱୟରେ ତୃଟି ଖୋଜିବା ପାଇଁ ମକ୍ ଡ୍ରିଲ୍ ଯୋଜନା କରାଯାଇଥିଲା ଯାହା ଦ୍ଵାରା ଜରୁରୀ ପରିସ୍ଥିତିରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ।
ଖୋର୍ଦ୍ଧାରୋଡ଼ ମଣ୍ଡଳର ମେଡିକାଲ୍ ଟିମ୍,ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ୍)/ ମୁଣ୍ଡଳି/କଟକ, ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ)କଳିଙ୍ଗ ନଗର/ଯାଜପୁର, କେନ୍ଦୁଆପଦା ପୋଲିସ ଷ୍ଟେସନର ସ୍ଥାନୀୟ ପୋଲିସ, ରେଲୱେ ପୋଲିସ, ରେଳ ସୁରକ୍ଷା ବଲ, ସିଭିଲ ଡିଫେନ୍ସ,, ଖୋର୍ଦ୍ଧାରୋଡ଼ ସ୍କାଉଟ୍ସ- ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ, ସେମାନଙ୍କ ଦଳ ସହିତ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ନମୋ ନାରାୟଣ ମୀନା,ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧାରୋଡ଼ ଙ୍କ ନେତୃତ୍ୱରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ।
No Result
View All Result