୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଥାନା ପୋଲିସ ଓ ବୋଲଗଡ଼ ବ୍ଲକ ବରିଷ୍ଠ ନାଗରିକ ସଂଘର ମିଳିତ ଆନୁକୂଲ୍ୟରେ ବୁଧବାର ଦିନ ବୋଲଗଡ଼ ବ୍ଲକ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ ଓ ଆମ ପୋଲିସ କାର୍ଯ୍ୟକ୍ରମ ବୋଲଗଡ଼ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବରିଷ୍ଠ ନାଗରିକ ସଂଘର ସଭାପତି ଗୋପୀନାଥ ଖlଡେଙ୍ଗାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ଥାନା ଅଧିକାରିଣୀ ସିଗ୍ଧାମୟୀ ବରାଳ, ସଂମ୍ମାନିତ ଅତିଥିଭାବେ, ବୋଲଗଡ଼ ଥାନା ସବ ଇନ୍ସ୍ପେକଟର ପ୍ରମୋଦ କୁମାର ନାୟକ,ଅର୍ଚନା ଚମ୍ପତି , ବରିଷ୍ଠ ନାଗରିକ ସଂଘର ସହସମ୍ପାଦକ ଭକ୍ତ ବଲ୍ଲଭ ପଟ୍ଟନାୟକ,

ରାଧାଶ୍ୟାମ ରାୟଗୁରୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ସମ୍ପାଦକ ରଘୁନାଥ ଦଳବେହେରା ଅତିଥି ପରିଚୟ ପ୍ରଦାନ କରି ବେଦପାଠ ଗାନ କରିଥିଲେ ! ବରିଷ୍ଠ ନାଗରିକ ସଂଘର ନୂତନ ୬୨ଜଣ ସଭ୍ୟ /ସଭ୍ୟlମାନଙ୍କୁ ପରିଚୟ ପତ୍ରପ୍ରଦାନ କରାଯାଇଥିଲା !

ରାଜ୍ୟ ବିଜେପି ସରକାର ବରିଷ୍ଠ ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା, ଯାନବାହାନ ଯାତାୟାତ ସୁବିଧା ଓ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ବୋଲଗଡ଼ ବରିଷ୍ଠ ନାଗରିକ ସଙ୍ଘ ଅନୁରୋଧ କରିଅଛନ୍ତି ! ଆମ ପୋଲିସ କାର୍ଯ୍ୟକ୍ରମକୁ ବୋଲଗଡ଼ ଥାନାର ସମସ୍ତ ପୋଲିସ କର୍ମଚାରୀମାନେ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ବରିଷ୍ଠ ନାଗରିକ ସଂଘର ଉପସଭାପତି ଦିବାକର ପରମଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !















