• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ୭୧ତମ ସମବାୟ ସପ୍ତାହ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
November 21, 2024
in ଓଡ଼ିଶା, କନ୍ଧମାଳ, ହୋମ୍
0
ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ୭୧ତମ ସମବାୟ ସପ୍ତାହ ପାଳିତ
Share on FacebookShare on TwitterWhatsapp

୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଜିଲା ସମବାୟ ସଂଘ ସଭାନେତ୍ରୀ ସୁପ୍ରଭା ନାୟକଙ୍କ ସଭାପତିତ୍ୱରେ ୭୧ତମ ସମବାୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଅଧିକ ସମବାୟ ଅନୁଷ୍ଠାନ ଗଠନ କରି ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ସଶକ୍ତିକରଣ କରିବାକୁ ପରାମର୍ଶ ଦେଇଥିଲେ।ସରକାର ଚାଷୀଙ୍କ ଉନ୍ନତି ପାଇଁ ଧାନର ସର୍ବନିମ୍ନ କିଣା ଦାମ ୩୧୦୦ଟଙ୍କା ଚଳିତ ଧାନ କିଣାରେ ପ୍ରଦାନ କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ,ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଥିବା ବେଳେ ,ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ଡିଆରସିଏସ ତୃପ୍ତି କଲ୍ୟାଣ ସେଠୀ ,ନାବାର୍ଡ ଡିଡିଏମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମବାୟ ଆନ୍ଦୋଳନକୁ ଜିଲାରେ ମଜଭୂତ କରିବାକୁ ଆହ୍ୱାନ ଦେଇଥିଲେ। ଜିଲା ସମବାୟ ସଂଘର ୧୨ଜଣ ପରିଚାଳନା ନିର୍ଦ୍ଦେଶକ ଓ ବିଭିନ୍ନ ଲ୍ୟାମ୍ପସ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ।

୧୯୦୪ମସିହା ଠାରୁ ଦେଶରେ ସମବାୟ ଆଇନ କାର୍ଯ୍ୟକାରୀ ହୋଇଥିଲା ବେଳେ ଓଡିଶାରେ ତାର ଛ ବର୍ଷ ପୂର୍ବରୁ ଉତ୍କଳ ଗୌରବ ମଧୁସୂଦନ କଟକରେ ଖାଉଟି ସମବାୟ ଭଣ୍ଡାର ପ୍ରତିଷ୍ଠା କରି ସମବାୟ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ବୋଲି ସଂଘ ର ସଭାନେତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ଜନସାଧାରଣଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ରେ ସମବାୟ ଅନୁଷ୍ଠାନ ମାନଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ  l ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟ ତଥା ଦେଶର ଅର୍ଥ ନୈତିକ ବିକାଶ ହୋଇ ପାରିବ ବୋଲି ମଧୁବାବୁ କହୁଥିଲେ। ମଣିଷର ଅର୍ଥ ନୈତିକ ବିକାଶ ପାଇଁ ସମବାୟ ହିଁ ପ୍ରକୃଷ୍ଟ ମାଧ୍ୟମ।ଏହି ଅବସରରେ କନ୍ଧମାଳ ଜିଲ୍ଲାର ସମବାୟ ଆନ୍ଦୋଳନର ପୁରୋଧା ହିସାବରେ ଗୌରୀ ଶଙ୍କର ପଟନାୟକଙ୍କୁ ଅତିଥିମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଶ୍ରେଷ୍ଠ ଲ୍ୟାମ୍ପସ ଭାବେ ଜି ଉଦୟଗିରି ଓ ବ୍ରାହ୍ମଣୀ ଗାଁ ଲ୍ୟାମ୍ପସକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିଷ୍ଠାପର ସେବା ପାଇଁ ଫୁଲବାଣୀ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଭୀମସେନ ସାହୁ ଓ ବାଲିଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ସୁନିଲ ସାହୁଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଅବସରରେ ବୌଦ୍ଧ ସମବାୟ ବ୍ୟାଙ୍କ ପରିଚାଳକ କ୍ଷୀରୋଦ କୁମାର ମିଶ୍ର,ଇନ୍ସପେକ୍ଟର ସତ୍ୟଜିତ ସେଠୀ,ଅଡିଟର ଗୋପାଳ କୃଷ୍ଣ ପ୍ରଧାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଏହା ସହିତ ୨୪ଗୋଟି ଲ୍ୟାମ୍ପସର ୨୪ଜଣ ଅଗ୍ରଣୀ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଜରାଟ ଆନ୍ଧ୍ରପ୍ରଦେଶ ଭଳି ଓଡିଶା ରେ ସମବାୟ ଆନ୍ଦୋଳନ ସଶକ୍ତ ହେବା ଆବଶ୍ୟକ । ସେଥିପାଇଁ ହୀନମନ୍ୟତା ଓ ସ୍ୱାର୍ଥପରତା ଛାଡି ସହଭାଗିତା ଓ ସହଯୋଗ ବୃଦ୍ଧି ହେବା ଆବଶ୍ୟକ ବୋଲି ବିଧାୟକ କହିଥିଲେ । କନ୍ଧମାଳ ଜିଲ୍ଲାରେ ବିକଳ୍ପ ରୋଜଗାର ପାଇଁ ପ୍ରତି ବ୍ଲକରେ ଓ ପଞ୍ଚାୟତ ରେ ସମବାୟ ସମିତି ଗଠନ କରି ଗରିବ ଖଟିଖିଆଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ବ୍ୟବସ୍ଥା କରିବା ଆବଶ୍ୟକ।ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୩ଜଣ କୃତି ପ୍ରତିଯୋଗୀଙ୍କୁ ଟ୫୦୦୦/-, ଟ୩୦୦୦/-ଓଟ୨୦୦୦/- ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ସମବାୟ ସମୂହ ନିବନ୍ଧକ ସୁକାନ୍ତ କୁମାର ପାଢୀ ସଂଯୋଜନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏସ. ଆର ସି ଗଙ୍ଗାଧର କହଁର,ଏମ.ଡ଼ି ଫୁଲବାଣୀ ଭୀମସେନ ସାହୁ, ସଂଘ ସମ୍ପାଦିକା ଜ୍ୟୋତିର୍ମୟୀ ପ୍ରଧାନଙ୍କ ସହ ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।ସମବାୟ କାର୍ଯାଳୟଠାରେ ସପ୍ତାହ ପ୍ରାରମ୍ଭରେ ସମବାୟ ପତକା ଉତ୍ତୋଳନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ

June 12, 2026
ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

June 12, 2026
ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version