No Result
View All Result
୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ ମାନସିକ ସ୍ଵାସ୍ଥ୍ୟଗତ ସମସ୍ୟାଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟତଃ ସମସ୍ତ କାରାଗାରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥୂଲା ବେଳେ ଅଧିକାଂଶ କ୍ଷେତ୍ରରେ କାରାଗାରରେ ରହୁଥୂବା ଅପରାଧୀ ଅନ୍ତେବାସୀମାନେ ମାନସିକ ଚାପରେ ରହୁଥୂବା କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯାହା କି ବର୍ତ୍ତମାନ ସ୍ଥିତିରେ ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ପରିସ୍ଥିତିକୁ ସୁଧାରିବା ଲାଗି ରୋଟାରୀ କ୍ଲବ ଅଫ୍ କଟକ ମହାନଦୀ ପକ୍ଷରୁ ଏକ ସ୍ବତନ୍ତ୍ର “ମାନସିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ” ଭୁବନେଶ୍ୱରର ଝାରପଡ଼ା ସ୍ଥିତ ସ୍ବତନ୍ତ୍ର କାରାଗାର ପରିସରରେ କ୍ଲବର ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ୟଶ୍ରୀଙ୍କ ସଭାପତିତ୍ବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରୋଟାରୀଆନ୍ ୟାଜ୍ଞାଶିଷ୍ ମହାପାତ୍ର,ପ୍ରାନ୍ତପାଳ-୩୨୬୨ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଭାନେତ୍ରୀ ଙ୍କ ଦ୍ଵାରା ଅତିଥି ସମ୍ଭାଷଣ ଓ ମଞ୍ଚ ନିମନ୍ତ୍ରଣ ପରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ରୋଟାରୀଆନ ଶ୍ରୀ ନଟବର ପଣ୍ଡା ଓ ରୋଟାରୀଆନ୍ ଶ୍ରୀମତୀ ସବିତା ପରିଡା ଙ୍କ ଦ୍ଵାରା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଅର୍ପଣ କରାଯାଇଥିଲା। ସ୍ବତନ୍ତ୍ର କାରାଗାର ର ଅଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ପ୍ରତିହାରୀ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ୍ ସୂଚନା ଦେବା ସହ ଡକ୍ଟର ଅର୍ପିତା ପ୍ରିୟଦର୍ଶିନୀ କାରାଗାର ର ଅନ୍ତେବାସୀମାନଙ୍କୁ ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥୂଲେ। ମୂଖ୍ୟ ବକ୍ତା ଶ୍ରୀ ରଞ୍ଜନ କୁମାର ମହାନ୍ତି ଓ ସୁଶ୍ରୀ ମୀରା ପୃଷ୍ଟି ମାନସିକ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସଚେତନତା ବିଷୟରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଅନ୍ତେବାସୀମାନଙ୍କୁ ମାନସିକ ଚାପରେ ନ ରହି ନିଜକୁ ମାନସିକ ସ୍ତରରେ ଚାପମୁକ୍ତ କରି ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବ ର ପୂର୍ବତନ ସଭାପତି ରୋଟାରୀଆନ୍ ଶ୍ରୀମତୀ ସୁଜାତା ମହାପାତ୍ର, ରୋଟାରୀଆନ୍ ଶ୍ରୀମତୀ ସବିତା ପରିଡା ଓ ବହୁ ସଦସ୍ୟ ଯୋଗ ଦେଇ ନିଜ ନିଜର ସ୍ବାସ୍ଥ୍ୟ ସଚେତନତା ଭିତ୍ତିକ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥୂଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ କାରାଗାରରେ କରାଯିବ ବୋଲି ସଭାନେତ୍ରୀ ରୋଟାରୀଆନ୍ ସି. ଭାଗ୍ୟଶ୍ରୀ ନିଜର ଭାଷଣ ଛଳରେ ପ୍ରକାଶ କରିଥିଲେ। ଅବଶେଷରେ କ୍ଲବର ସମ୍ପାଦକ ରୋଟାରୀଆନ୍ ଶ୍ରୀ ମହେନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମର ସଫଳତା ଲାଗି କାରାଗାରର ଅଧ୍ୟକ୍ଷ ଶ୍ରୀ ପ୍ରତିହାରୀ ଓ କାରାଗାରର ସମସ୍ତ କର୍ମଚାରୀ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result