ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ରିପୋର୍ଟ -ସୋନାଲି , ରଣପୁର :– ସାରା ରାଜ୍ୟରେ କରୋନା ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ ର କରାଳ ରୂପ ପ୍ରତ୍ୟେକ ଗ୍ରାମ ,ସହର ର ଲୋକ ମାନଙ୍କୁ ପ୍ରଭାବିତ କରାଇଛି । ସେହିପରି ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଖପାଖ ଅଞ୍ଚଳ ମଧ୍ୟ ପ୍ରଭାବିତ ହେଉଛନ୍ତି । ରଣପୁର ବିଜ୍ଞାପିତ ଅଞ୍ଚଳ ରେ ମଧ୍ୟ କରୋନା ରୋଗୀ ଙ୍କ ଅଭିବୃଦ୍ଧି ହେତୁ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଅଛି । ଆଜି ପୋଲିସ ମଝିଆଖଣ୍ଡ ଆଦି କିଛି ଗ୍ରାମ ରୁ କୋଭିଡି ନିୟମ କୁ ଉଲଙ୍ଘନ୍ କରୁଥିବା ବ୍ୟକ୍ତି ଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି । ସେହିପରି ରଣପୁର ବିଜ୍ଞାପିତ ଅଞ୍ଚଳ ରୁ କୋଭିଡି ନିୟମ କୁ ଉଲଙ୍ଘନ୍ କରୁଥିବା ବ୍ୟକ୍ତି ଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।
ସେହିପରି ରଣପୁର ପୋଲିସ ଷ୍ଟେସନ ରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଜନସାଧାରଣ ଙ୍କ ମନୋବଳ ବୃଦ୍ଧି କରିବା ପାଈଁ ନିରନ୍ତର କର୍ତ୍ତବ୍ୟରତ ରହିଛନ୍ତି । ରଣପୁର ରେ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିଥିବା କରୋନା ଯୋଦ୍ଧା ଏବେ କରୋନା ରେ ଆକ୍ରାନ୍ତିତ । ପୋଲିସ ର କଠୋର ମନୋବଳ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣ ଲୋକଙ୍କ ପାଖରେ କରୋନା ସଚେତନତା ବୃଦ୍ଧି ହୋଇ ପାରିଛି ।