No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅୟୋଜିତ “ରାଗୋତ୍ସବ-୨୦୨୪” ର ପ୍ରଥମ ସଂନ୍ଧ୍ୟାରେ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକଙ୍କୁ ସଂଗୀତ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ପ୍ରଥମ ସଂନ୍ଧ୍ୟାର ପ୍ରଥମ ଉପସ୍ଥାପନାରେ ହିନ୍ଦୁସ୍ତାନୀ ଇନ୍ଷ୍ଟ୍ରୁମେଣ୍ଟାଲ ରହିଥିଲା ଯେଉଁଥିରେ ଗ୍ୱାଲିୟରରୁ ଆସିଥିବା ଶ୍ୟାମ ରସ୍ତୋଗିଙ୍କ ଦ୍ୱାରା ସିତାର, ଭୁବନେଶ୍ୱରର ଡଃ ଜବାହାର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦ୍ୟ ଏବଂ ଡଃ ଶାରଦା ପ୍ରସନ୍ନ ଦାସଙ୍କ ଦ୍ୱାରା ଭାଓଲିନ୍ ପରିବେଷଣ କରାଯାଇଥିଲା ଦ୍ୱିତୀୟ ଉପସ୍ଥାପନାରେ ରହିଥିଲା ହିନ୍ଦୁସ୍ତାନୀ ଭୋକାଲ ଯାହା ପୁନେର ବିଦୂଷୀ ସାନିଆଙ୍କ ଦ୍ୱାରା ପରିବେଷିତ ହୋଇଥିଲା ।
ସେ ଭୋକାଲ ସଂଗୀତର ସମସ୍ତ ପର୍ଯ୍ୟାୟକୁ ଅତି ଚମତ୍କାର ଭାବରେ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ । ତାଙ୍କର ବିଭିନ୍ନ ରାଗର ବିସ୍ତାର ଅପୂର୍ବ ଲୟକାରୀ ଓ ଛନ୍ଦ ପ୍ରକରଣ ସହିତ ଭାବପୂର୍ଣ୍ଣ ଓ ରସସିକ୍ତ ସଂଗୀତ ପରିବେଷଣ ସଂନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା । ବରିଷ୍ଠ ପ୍ରଶାସକ ତଥା ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଦସ୍ୟ ସୁବିର କୁମାର ପାତ୍ର, ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଦସ୍ୟା ବ୍ରି.ଜି.ପି ପାଣିଗ୍ରାହୀ , ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ ଏବଂ ରାଜିନ୍ଦର ସିଂ ସଂନ୍ଧ୍ୟାର ବିଶେଷ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ ।
No Result
View All Result