୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ଇର୍ପିଗୁଡ଼ା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ପଛରୁ ଆସୁଥିବା ଟ୍ରକ୍ ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ସାମନବାଡ଼ି ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ ହୋଇଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ବିଷ୍ଣୁ ଚରଣ ପ୍ରଧାନ ଓ ତାଙ୍କ ବନ୍ଧୁ ଗୋପାଳ ପ୍ରଧାନ ତୁମୁଡ଼ିବନ୍ଧରୁ ନିଜ ଗାଁ ଅଭିମୁଖେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଛିଟିକି ପଡ଼ିଥିବା ମୋଟର ସାଇକେଲ ଆରୋହୀ ବିଷ୍ଣୁ ଚରଣ ପ୍ରଧାନଙ୍କ ଉପରେ ପଛରୁ ଆସୁଥିବା ଏକ ଟ୍ରକ୍ ଚଢ଼ିଯାଇଥିଲା ।

ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଆମ୍ବଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେପଟେ ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଟ୍ରକ୍ ଓ ଶବକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।