No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ରୁ ୫ତାରିଖ ଯାଏଁ ଆରମ୍ଭ ହେବାକୁ ଯାଉଛି ୩୫ତମ କୋଣାର୍କ ଉତ୍ସବ ଓ ୧୪ତମ ଚନ୍ଦ୍ରଭାଗା ଆନ୍ତ୍ରଜାତିକ ବାଲୁକା ଉତ୍ସବ ଲାଗି ପୁରୀ ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏଥିରେ ନିମାପଡା ବିଧାୟିକା ତଥା ରାଜ୍ୟ ର ଉପ-ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଅଧକ୍ଷତା ରେ କୋଣାର୍କ ଯାତ୍ରୀ ନିବାସ ଠାରେ ବସିଥିଲା ବୈଠକ। ଉକ୍ତ ବୈଠକ ରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଧେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସ୍ପି ବିନୀତି ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।
ଚଳିତ ବର୍ଷ କୋଣାର୍କ ଉତ୍ସବ ପାଇଁ ରାଜ୍ୟ ଓ ଦେଶ ଏବଂ ବିଦେଶ ରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସିବାକୁ ଥିବାରୁ କୋଣାର୍କ ଉତ୍ସବ ଓ ବାଲୁକା ଉତ୍ସବ କୁ ଅଧିକ ସରସ ସୁନ୍ଦର କରିବା ପାଈଁ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଭାରତୀୟ କଳା ସଂସ୍କୃତି ର ପ୍ରଚାର ପ୍ରସାର ଲାଗି ୧୯୮୯ମସିହା ରୁ କୋଣାର୍କ ଉତ୍ସବ ଓ ଆନ୍ତ୍ରଜାତିକ ବାଲୁକା ଉତ୍ସବ ଅନୁଷ୍ଠିତ ହୋଇଆସୁଛି।କୋଣାର୍କ ଉତ୍ସବ ୫ଦିନ ବ୍ୟାପି ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡିଶୀ ସହ କଥକ, ଶାସ୍ତ୍ରୀୟ, ମୋହିନୀ ଆଟମ, କୁଚୁପୁଡି ନୃତ୍ୟ ପରିବେଷଣ କରାଯିବ। ପ୍ରସ୍ତୁତି ବୈଠକ ରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହୋଇଥିଲା ।
କୋଣାର୍କ ଉତ୍ସବ ପ୍ରତ୍ୟହ ସନ୍ଧ୍ୟାରେ ଓଡିଶୀ ନୃତ୍ୟ ସହ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ପକ୍ଷେ ଚନ୍ଦ୍ରଭାଗା ରେ ଆୟୋଜିତ ୧୪ତମ ଆନ୍ତ୍ରଜାତୀୟ ବାଲୁକା କଳା ଉତ୍ସବ ରେ ବିଦେଶୀ ବାଲୁକା ଶିଳ୍ପୀ ଙ୍କ ସହ ଦେଶବିଦେଶ ର ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। କୋଣାର୍କ ଉତ୍ସବ କୁ ଶୃଙ୍ଖଳାର ସହ ଆୟୋଜନ କରିବା ପାଈଁ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତ ରେ ପୁଲିସ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ଆଲୋକିକରଣ, ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result