• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଇଂ ରବିନ୍ଦ୍ର କୁମାର ଜେନା ଙ୍କ ଉପରେ ନଜର – ବାଲେଶ୍ୱର ସଦର ଆସନ

Proprietor Abhimanyu Maharana by Proprietor Abhimanyu Maharana
August 20, 2020
in Uncategorized, ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ଇଂ ରବିନ୍ଦ୍ର କୁମାର ଜେନା ଙ୍କ ଉପରେ ନଜର  – ବାଲେଶ୍ୱର ସଦର ଆସନ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ବାଲେଶ୍ୱର :– ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡିଛି । ବିଧି ମୁତାବକ ୬ମାସ ମଧ୍ୟରେ ନିର୍ବାଚନ ହେବାର ଆବଶ୍ୟକତା ରହିଛି । ହେଲେ କରୋନା ସଂକ୍ରମଣ ଯୋଗୁଁ ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବାକୁ ନେଇ ନିର୍ବାଚନ କମିଶନ ଦ୍ୱନ୍ଦରେ ରହିଛନ୍ତି । ତେବେ ଆସନ୍ତା ଦିନ ଦୁଇ ଦିନ ମଧ୍ୟରେ ନିର୍ବାଚନକୁ ନେଇ କିଛି ଗୋଟେ ବଡ ଘୋଷଣା କରି ପାରନ୍ତି ନିର୍ବାଚନ କିମିଶନର । ବାଲେଶ୍ୱର ସଦର ଆସନରେ ଉପନିର୍ବାଚନକୁ ନେଇ ଏବେଠାରୁ ଉଷ୍ଣତା ଦେଖିବାକୁ ମିଳୁଥିବା ବେଳେ ସମସ୍ତଙ୍କ ନଜର ଶାସକ ବିଜେଡି ଉପରେ ପଡିଛି ।

ବିଶେଷ କରି ବାଲେଶ୍ୱର ସଦର ଆସନକୁ ନେଇ ଶାସକ ବିଜେଡିରେ ଚଳ ଚଞ୍ଚଳ ଦେଖିବାକୁ ମିଳିଛି । ବାଲେଶ୍ୱର ସଦର ଆସନର ପ୍ରାର୍ଥୀତ୍ୱକୁ ନେଇ ବିଜେଡି ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଗତ ନିର୍ବାଚନରେ ଏହି ଆସନରେ ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ ୧୩ ହଜାରରୁ ଅଧିକ ଭୋଟରେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ହରାଇଥିଲେ । ଯେହେତୁ ଏହି ଆସନଟି ବିଜେପି ହାତରେ ଥିଲା ସେଥିପାଇଁ ଏହି ଆସନକୁ ହାତେଇବା ପାଇଁ ବିଜେପି ସବୁ ପ୍ରକାର କୈାଶଳ ଅବଲମ୍ବନ କରିବ । ବଡ କଥା ହେଉଛି ବିଜେପି ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ବିୟୋଗ ଜନିତ ସିମ୍ପାଥିକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବ । ତେବେ ବିଜେପି ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦଳରେ ତୀବ୍ର ଗୋଷ୍ଠିକନ୍ଦଳ ।

ତେବେ ଏସବୁ ଭିତରେ ସମସ୍ତଙ୍କ ନଜର ଶାସକ ବିଜେଡି ଉପରେ ପଡିଛି । ରାଜ୍ୟରେ ବିଗତ କିଛି ବର୍ଷ ମଧ୍ୟରେ ହୋଇଥିବା ଉପନିର୍ବାଚନକୁ ଅନୁଧ୍ୟାନ କଲେ ଅଧିକାଂଶ ଉପନିର୍ବାଚନରେ ବିଜେଡି ହିଁ ବାଜିମାତ୍ କରିଛି । ସେଥିପାଇଁ ବାଲେଶ୍ୱର ସଦର ଆସନରେ ବିଜେଡି ପ୍ରାର୍ଥୀତ୍ୱକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ବିଶେଷ କରି ଜିଲ୍ଲା ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ଜେନାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନିକଟରେ ଶ୍ୟାମପ୍ରସାଦ ବେହେରା ରାଜ୍ୟ ବିଜେଡିର ସାଧାରଣ ସଂପାଦକ ନିଯୁକ୍ତି ହେବା ଓ ସାଇରୁଲ ହକ୍ ମୋ ପରିବାର କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ନିଯୁକ୍ତି ଦିଆଯିବା ପଛରେ ଜିଲ୍ଲା ବିଜେଡି ସଭାପତି ଇଂ ରବିନ୍ଦ୍ର ଜେନାଙ୍କ ଭୂମିକା ରହିଥିଲା ବୋଲି କୁହାଯାଉଛି । ରାଜ୍ୟ ବିଜେଡି ସଂଗଠନରେ ବାଲେଶ୍ୱର ଜିଲ୍ଲାର କେତେକ ବିଜେଡି ବିଧାୟକ ଓ ଅନ୍ୟ କେତେକ ନେତା ସାଧାରଣ ସଂପାଦକ ପଦ ପାଇଁ ଆଶାୟୀ ଥିଲେ ।

ହେଲେ ଶ୍ୟାମପ୍ରସାଦ ବେହେରା ସାଧାରଣ ସଂପାଦକ ନିଯୁକ୍ତି ହେବା ପରେ ରାଜ୍ୟ ସଂଗଠନରେ ଇଂ ଜେନାଙ୍କ ଦବ୍‌ଦବା କେତେ ରହିଛି ତାହା ପ୍ରମାଣିତ କରିଥିଲା । ସେଥିପାଇଁ ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀତ୍ୱକୁ ନେଇ ସମସ୍ତଙ୍କ ନଜର ଜିଲ୍ଲା ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ଜେନାଙ୍କ ଉପରେ ରହିଛି । କୁହାଯାଉଛି ସଦର ଆସନର ପ୍ରାର୍ଥୀତ୍ୱକୁ ନେଇ ଜିଲ୍ଲା ବିଜେଡି ସଭାପତିଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଗତ ସପ୍ତାହରେ ଜିଲ୍ଲା ସଭାପତି ଇଂ ରବିନ୍ଦ୍ର କୁମାର ଜେନାଙ୍କ ସହ ଦଳ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲା । ଦଳର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟତମ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଦଳର ପ୍ରାର୍ଥୀତ୍ୱକୁ ନେଇ ଆଲୋଚନା କରିଥିବା ଜଣା ପଡିଛି । ସବୁଠାରୁ ବଡକଥା ହେଉଛି ବାଲେଶ୍ୱରର ଏକାଧିକ ଆଶାୟୀ ଥିଲେ ମଧ୍ୟ ଦଳୀୟ କର୍ମୀ ମାନେ ଇଂ ରବିନ୍ଦ୍ର ଜେନା ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି ।

ବିଜେଡିର ସ୍ଥିତି ଯଥେଷ୍ଟ ପରିବର୍ତ୍ତନ ହୋଇଥିବା ବେଳେ ରବିନ୍ଦ୍ରଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ଅଧିକାଂଶ ଦଳୀୟ ନେତା ମତାମତ ଦେଇଥିଲେ । ଅପର ପକ୍ଷରେ ନିଜର ପ୍ରାର୍ଥୀତ୍ୱକୁ ନେଇ ଶ୍ରୀ ଜେନା ମୁହଁ ଖୋଲିନଥିବା ବେଳେ ଏହାକୁ ନେଇ ଦଳରେ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଛି । ଆହୁରି ମଧ୍ୟ କୁହାଯାଉଛି ଯେ, ଉପନିର୍ବାଚନରେ ଦଳ ଜଣେ ମହିଳା ପ୍ରାର୍ଥୀଙ୍କୁ ଟିକଟ ଦେବା ଉପରେ ଚିନ୍ତା କରୁଛି । ଏପରି ହେଲେ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରାଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସୁବାସିନୀ ଦଳ ମତ ନିର୍ବିଶେଷରେ ବାଲେଶ୍ୱରରେ ବେଶ ପରିଚିତ ଥିବାରୁ ତାଙ୍କ ଉପରେ ମଧ୍ୟ ଦଳ ନଜର ରଖିଛି ।ଶ୍ରୀମତୀ ସୁବା ସିନୀଙ୍କ ସାମାଜିକ ସମ୍ପର୍କ ପାଇଁ ସବୁବେଳେ ବାଲେଶ୍ୱରରେ ଚର୍ଚ୍ଚା କୁ ଆସିଛନ୍ତି l ଅପର ପକ୍ଷରେ ଦଳର ପ୍ରାର୍ଥୀତ୍ୱକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଦାଇତ୍ୱ ଦେଇଥିବା ନେଇ ଚର୍ଚ୍ଚା ହେଉଛି । କେବଳ ସମୟକୁ ଅପେକ୍ଷା କରାଯାଇଛି l ସେଥିପାଇଁ ସଦର ଆସନ ପାଇଁ ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନାଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି । (ଦୀପ୍ତିମାନ ପତି /ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version