No Result
View All Result
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି । ଉଦଘାଟନ କରି କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା । ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ଏବଂ ରେକର୍ଡ ସଂଖ୍ୟକ ଲୋକେ ବୁଲି ଆସିବେ ।
ଜିଲ୍ଲା ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି। କଟକ ସହରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏଥିପାଇଁ ଆମ ସରକାର ଅନେକ ଯୋଜନା କରିଛନ୍ତି। ସାବରମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ କଟକରେ ମଧ୍ୟ ମହାନଦୀରେ ବିଶ୍ୱ ସ୍ତରୀୟ ରିଭର ଫ୍ରଣ୍ଟର ବିକାଶ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ର ବିକାଶ ପାଇଁ ପୂର୍ବ ରୁ ବଜେଟ୍ ରେ ୫୦ କୋଟି ଟଙ୍କା ର ପ୍ରାବଧାନ ଥିଲା ଆଜି ଏହି ମଞ୍ଚ ରେ ଏଥିପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥା ରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ । କଟକ ସହରର ରାସ୍ତାଘାଟର ବିକାଶ ହେବ ଏବଂ ଏକ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଭୁବନେଶ୍ୱର ରୁ କଟକ କୁ ମେଟ୍ରୋ ରେଳସେବା ସହିତ ଯୋଡାଜିବ।
ବାଲିଯାତ୍ରା କୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ।କଟକ ସହର ଆମ ଐତିହ୍ୟର ବାର୍ତ୍ତାବହ। ଏହାକୁ ଏକ ସୁନ୍ଦର ଓ ଆଧୁନିକ ସହରରେ ପରିଣତ କରାଯିବ । କଟକ ବାଲିଯାତ୍ରା ହେଉଛି ଆମ ଓଡିଶାର ସବୁଠାରୁ ପ୍ରସିଦ୍ଧ ଉତ୍ସବ ମାନଙ୍କ ମଧ୍ୟରେ ଅନ୍ୟତମ। କଟକ ସହରର ଗର୍ବ ଓ ଗୌରବ। ହଜାର ବର୍ଷର ସହର ହେଉଛି କଟକ। କଟକର ପ୍ରତିଟି ମାଟି କଣିକାରେ ଭରି ରହିଛି ଗୌରବମୟ ଐତିହ୍ୟର ବାସ୍ନା। ଏ ସହର ହେଉଛି ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ସହର। ଆଧୁନିକତାର ଚାକଚକ୍ୟରେ କଟକସହରବାସୀ ଯାହାଙ୍କୁ ଶ୍ରଦ୍ଧାରେ ‘କଟକିଆ’ ବୋଲି କୁହାଯାଏ ଏହି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳେନାହିଁ।
ଓଡ଼ିଶାର ପୂର୍ବନାମ କଳିଙ୍ଗ । କଳିଙ୍ଗର ମହାନ ନୌବାଣିଜ୍ୟ ପରମ୍ପରା ବେଶ୍ ପ୍ରାଚୀନ । ଯାହାର ନୌବାଣିଜ୍ୟିକ ଇତିହାସ ଏ ମାଟିର ବୀର ସାଧବପୁଅମାନଙ୍କର ଦୁଃସାହସିକ ଜଳଯାତ୍ରା ସହ ପୃଥିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କରେ । କଳିଙ୍ଗର ସାହସୀ ସାଧବମାନେ ସାମୁଦ୍ରିକ ଝଡଝଞ୍ଜାକୁ ଭୃକ୍ଷେପ ନ କରି ସାତ ସମୁଦ୍ର ତେର ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭିଏତନାମ ପ୍ରଭୃତି ଦ୍ବୀପ ଓ ଦେଶମାନଙ୍କୁ ଯାଇ ବେପାର ବଣିଜ କରୁଥିଲେ । ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବଦ୍ଧପରିକର ।
ଆପଣମାନଙ୍କ ଏହି ସ୍ଵପ୍ନକୁ ସାର୍ଥକ କରିବା ପାଇଁ ସରକାର ଆକ୍ସନ ମୋଡରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ବିକାଶର ଗତି ତ୍ୱରାନ୍ୱିତ ହୋଇଛି । ମୁଖ୍ୟମନ୍ତ୍ରୀ ୧୪ ଟି ଦେଶ ରୁ ଆସିଥିବା ରାଷ୍ଟ୍ରଦୂତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ, ନୂଆ ସରକାର ଆଜି ଗୋଟିଏ ମଞ୍ଚ ରେ ଶାସକ, ପ୍ରଶାସକ ଏବଂ ରାଷ୍ଟ୍ରଦୂତ ମାନଙ୍କୁ ଏକାଠି କରି ବାଲିଯାତ୍ରା କୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆମ ପରମ୍ପରା ସବୁକୁ ଆଗେଇ ନେବାକୁ ହେବ। ଏଥି ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।
କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ,କଟକ-ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, କଟକ-ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ,କଟକ ମୁନ୍ସିପାଲ କର୍ପୋରେସନ ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂହ, ଇଷ୍ଟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ଶ୍ରୀ ଜୟଦୀପ ମଜୁମଦାର କାର୍ଯ୍ୟକ୍ରମ ରେ ବକ୍ତବ୍ୟ ରଖିଥିଲେ । ୧୪ ଟି ଦେଶ ର ରାଷ୍ଟ୍ରଦୂତ ଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା,ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପ୍ରମୁଖ ଯୋଗ ଦେଇଥିଲେ । କଟକ ଜିଲାପାଳ ଶ୍ରୀ ଦତା ତ୍ରେୟ ସିନ୍ଧେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆର୍ ଡି ସି ଶ୍ରୀ ଅନାମ ଚରଣ ପାତ୍ର ଧନ୍ୟବାଦ୍ ଦେଇଥିଲେ ।
No Result
View All Result